
ଚିତ୍ରକୋଣ୍ଡା: ଓଡିଶା ଡ୍ରାଇଭର ମହାସଂଘ ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଡ୍ରାଇଭର ମହା ସଂଘ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଓଡିଶା ଡ୍ରାଇଭର ସଂଘ ର ମାଲକାନଗିରି ଜିଲ୍ଲା ସଭାପତି ଚିତ୍ରସେନ ବେହେରା ଙ୍କ ଅଧକ୍ଷତାରେ ଚିତ୍ରକୋଣ୍ଡା ଶାଖା ସଭାପତି ଶୁକଦେବ ମାଝୀ ଙ୍କ ତତ୍ଵାବଧାନରେ ମାଲକାନଗିରି ଜିଲାର ଶତାଧିକ ଡ୍ରାଇଭର ଚିତ୍ରକୋଣ୍ଡା ୟୁକୋ ପାର୍କ ସ୍ଥିତ କାର୍ଯ୍ୟାଳୟ ଠାରେ ପହଞ୍ଚି ଚିତ୍ରକୋଣ୍ଡା ବିଏସଏନଏଲ କାର୍ଯ୍ୟାଳୟ ଠାରୁ ଏକ ପଦ ଶୋଭାଯାତ୍ର ମାଧ୍ୟମରେ ବାହାରି ବାଦ୍ୟ ଯନ୍ତ୍ର ତାଳେ ତାଳେ ଚିତ୍ରକୋଣ୍ଡା ସହର ପରିକ୍ରମା କରି ଚିତ୍ରକୋଣ୍ଡା ହାଟ ପଦାଠାରେ ଏକ ଓଡିଶା ଡ୍ରାଇଭର ମହାସଂଘ ସାଧାରଣ ସଭା ମାଧ୍ୟମରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମାଧ୍ୟମରେ ଡ୍ରାଇଭର ଡ୍ରାଇଭର ବନ୍ଧୁ ମାନଙ୍କ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ ଭାବ ସହ ସେମାନଙ୍କ ସୁରକ୍ଷା ଏବଂ ବିଭିନ୍ନ ନୀତି ନିୟମ ଏବଂ ଏକଦା ସମ୍ପର୍କ ରେ ଆଲୋଚନା ହୋଇଥିଲା l ଆଗାମୀ ଦିନରେ ଜିଲାର ପ୍ରତେକ ଶାଖା ଏଭଳି ଓଡିଶା ଡ୍ରାଇଭର ମହାସଂଘ ର ବନ୍ଧୁ ମିଳନ କାର୍ଯକ୍ରମ ସହିତ ଶକ୍ତି ପଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି l ଅନ୍ୟ ମାନଙ୍କ ମଧ୍ୟରେ ଅନନ୍ତ ସଗରିଆ, ପୂର୍ଣଚନ୍ଦ୍ର ମାଝୀ,ବାବୁଲା ସଗରିଆ, ଗୁରୁନାଥ ହରିଜନ, ଜଗନ୍ନାଥ ନାଗ,ମନୋଜ କୁମାର ମହାନ୍ତି, ମନୋଜ କୁମାର ଲାଲ ଏବଂ ଶୁକ୍ରା ଖିଲ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଚିତ୍ରକୋଣ୍ଡା ଶାଖା ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l