ଧାରଣା ରେ ବସିଥିବା ଅଙ୍ଗନବାଡି କର୍ମୀଙ୍କୁ ଭେଟିଲେ ସ୍ୱତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି…

add-all

ଚିତ୍ରକୋଣ୍ଡା: ସ୍ୱତନ୍ତ୍ର ବିକାଶ ପରିଷଦ ରାଜ୍ୟ ଉପଦେଷ୍ଟା ଦାଇତ୍ଵ ଗ୍ରହଣ କରିବା ପରେ ପ୍ରଥମ କରି ପ୍ରଦୀପ ମାଝୀ ଚିତ୍ରକୋଣ୍ଡା ସ୍ୱାଭିମାନଞ୍ଚଳ ଗ୍ରସ୍ତ କରିଛନ୍ତି ଆଜି ଏହି ଗ୍ରସ୍ତ ସମୟରେ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ହେଚ୍ ଡି ଏଫ ସି ବ୍ୟାଙ୍କ ନିକଟସ୍ଥ ଅଙ୍ଗନବାଡି କାର୍ଯ୍ୟାଳୟ ଠାରେ ଗତ ତାରିଖ ରୁ ଧାରଣା ରେ ବସିଥିବା ଅଙ୍ଗନବାଡି କର୍ମୀଙ୍କୁ ଭେଟି ଥିଲେ।ଏହି ସମୟରେ ଅଙ୍ଗନବାଡି ଦିଦି ମାନେ ନିଜ ଦାବି କଥା ପ୍ରଦୀପ ମାଝୀଙ୍କୁ ଜଣାଇଥିଲେ। ଦେଇଥିବା ସମସ୍ତ ଦାବି ମଧ୍ୟରୁ ଚାରି ପାଞ୍ଚୋଟି ଦାବିକୁ ସରକାରକୁ ତୁରନ୍ତ ମାନି ନେବାକୁ କହିଥିଲେ। ଦୀର୍ଘ ଦିନ ହେବ ନିଜର ନାର୍ୟ୍ଯ ଦାବି ପାଇଁ ଥଣ୍ଡା ବର୍ଷା ରେ ନିଜ ପିଲା ଛୁଆଙ୍କୁ ଛାଡି ରାସ୍ତା କଡରେ ପଡି ରହିଛନ୍ତି କିନ୍ତୁ ସରକାର ସେମାନଙ୍କ ଦାବିକୁ କର୍ଣ୍ଣପାତ କରୁନାହାନ୍ତି। ଦାବି ପୂରଣ ନହେବା ଯାଏଁଏହି ରାସ୍ତା କଡରେ ପଡି ରହିଥିବୁ ବୋଲି ମାଝୀଙ୍କୁ କହିଥିଲେ। ବିଭିନ୍ନ ପ୍ରକାର ସରକାରୀ ବିରୋଧୀ ସ୍ଲୋଗାନ ଦେବା ସହ ଦାବି ପୂରଣ ନହେଲେ ଶଙ୍ଖ ଏଥର ବାଜିବ ନାହିଁ ଭୋଟ ବେଳେ ଉଚିତ ଜବାବ ଦେବୁ ବୋଲି ଚେତାବନୀ ଦେଇଥିଲେ। ସମସ୍ତ ଦାବି ଗୁଡିକ ସମ୍ପର୍କରେ ସରକାର ଅବଗତ ଅଛନ୍ତି ଓ ଏହା ଉପରେ ସରକାର ତର୍ଜମା କରୁଛନ୍ତି ତୁରନ୍ତ ଏହା ଉପରେ ସଠିକ ନିଷ୍ପତ୍ତି ନିଆଯିବ ବୋଲି ସ୍ୱତନ୍ତ୍ର ବିକାଶ ପରିଷଦ ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝୀ କହିଥିଲେ।

ad-week
Leave A Reply

Your email address will not be published.