
ଫୁଲବାଣୀ :-ସାରା ରାଜ୍ୟ ରେ ଆଶା କର୍ମୀ ମାନଙ୍କ ନ୍ୟାର୍ଯ୍ୟ ଦାବୀ ନେଇ ବିକ୍ଷୋଭ ଚାଲିଥିବା ବେଳେ କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ୍ୟ ତାହା ଦେଖିବା କୁ ମିଳିଛି ଜ଼ିଲ୍ଲା ସଭାପତି ଅମ୍ବିକା ବେହେରାଙ୍କ ନେତୃତ୍ୱ ରେ ଜ଼ିଲ୍ଲା ର ଶତାଧିକ ଆଶା କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ମାଦିକୁନ୍ଦା ଛକ ରୁ ବାହାରି ଜ଼ିଲ୍ଲା ପାଳଙ୍କ ଅଫିସ ଘେରାଉ କରିଥିଲେ । ଆଶାକର୍ମୀ ମାନଙ୍କ ର ଦୀର୍ଘ ଦିନ ର ନ୍ୟାର୍ଯ୍ୟ ଦାବୀ ୭ ରୁ ୧୨ ଦଫା ଦାବୀ ପୂରଣନ ହେବା ଓ ସରକାର ତାଙ୍କ ର ହିତ ନିମନ୍ତେ କୌଣସି ଦୃଢ ପଦକ୍ଷେପ ନ ନେବା ଫଳରେ ଆଜି ଶତାଧିକ ଆଶା କର୍ମୀ ଜ଼ିଲ୍ଲା ପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି । ଦାବିସମୂହ ଆଶା କର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ଭାବରେ ମାନ୍ୟତା ଦିଆଯାଉ । ଯେଉଁ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇନାହିଁ ମାସକୁ ୧୮୦୦୦ ହଜାର ଟଙ୍କା ପ୍ରଦାନ କରାଯାଉ ।
ଆଶାକର୍ମୀଙ୍କୁ ସରକାର ମାନ୍ୟତା ନ ଦେବା ପର୍ଯ୍ୟନ୍ତ ଅବସରର ନେଇ ଥିବା କର୍ମୀ ମାନଙ୍କୁ ଏକ କାଳୀନ ୫ ଲକ୍ଷ୍ୟ ପ୍ରଦାନ କରାଯାଉ ଏଂବ ୫ହଜାର ଟଙ୍କା ମାସିକ ଭତା ଦିଆଯାଉ । କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କଲେ ୫ ଲକ୍ଷ ମୃତ୍ୟୁକାଳୀନ ସହାୟତା ଦିଆଯିବା ସହିତ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ କରାଯାଉ ।ଯୋଗ୍ୟତା ଭିତିକ ଆଶାକର୍ମୀ ମାନଙ୍କୁ ଏ. ଏନ. ଏମ ନିଯୁକ୍ତି ଦିଆଯାଉ l କୋଭିଡ ୧୯ ରେ ମୃତ୍ୟୁ ବରଣ କରିଥିବା ଆଶା କର୍ମୀଙ୍କୁ ସରକାର ଘୋଷଣା କରିଥିବା ରାଶି ତୁରନ୍ତ ପ୍ରଦାନ କରାଯାଉ ବୋଲି ତାଙ୍କର ଦାବୀ ରଖି ଛନ୍ତି, ଆଗାମୀ ଦିନରେ ଯଦି ସରକାର ଆମର ଦାବିସମୂହ ପୂରଣ ନ କରନ୍ତି ତାହେଲେ ଆମ୍ଭେମାନେ ରାଜ ରାସ୍ତା କୁ ଓଲ୍ହାଇ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି’ଏଂବ ଦୀର୍ଘ ସମୟ ପରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ତତ୍କାଳୀନ ଅଫିସର ପ୍ରଦ୍ୟୁମ୍ନ ମଣ୍ଡଳ ଆସି ଆଶା କର୍ମୀ ମାନଙ୍କ ଦୁଃଖ ବୁଝି ସରକାରଙ୍କ ନିକଟରେ ଆପଣ ମାନଙ୍କ ଦାବିସମୂହ ଆମେ ଉପସ୍ଥାପନା କରିବୁ ବୋଲି ପ୍ରତିଶୃତି ଦେବା ପରେ ଧାରଣା ସ୍ଥଳରୁ ଓହରି ଥିଲେ ଆଶାକର୍ମୀ ମାନେ ।