ଜଙ୍ଗଲରୁ ମିଳିଥିବା ଶ୍ରଦ୍ଧାଙ୍କ ହାଡ଼ ବାପାଙ୍କ ଡିଏନଏ ସହ ମେଳ ଖାଇଲା

add-all

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଦିଲ୍ଲୀ ପୁଲିସକୁ ମିଳିଥିବା ପ୍ରମାଣ ଉପରୁ ସନ୍ଦେହର ପରଦା ହଟିଛି। ମିଳିଥିବା ପ୍ରମାଣ ପକ୍କା ବୋଲି ପୁଲିସ ନିଶ୍ଚିତ ହୋଇଛି। ମେହରୁଲି ଜଙ୍ଗଲରୁ ପୁଲିସକୁ ଯେଉଁ ହାଡ ମିଳିଥିଲା ତାହା ଶ୍ରଦ୍ଧା ୱାକରଙ୍କର ବୋଲି ସ୍ପଷ୍ଟ ହୋଇଛି। କାରଣ ଜଙ୍ଗଲରୁ ଉଦ୍ଧାର ହାଡ ଖଣ୍ଡଗୁଡ଼ିକୁ ଶ୍ରଦ୍ଧାଙ୍କ ବାପାଙ୍କ ଡିଏନଏ ସହିତ ମେଳ ଖାଉଥିବା ଜଣାଡ଼ିଛି । ଫରେନସିକ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ଶ୍ରଦ୍ଧାଙ୍କୁ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରେମିକ ଅଫତାବ ପୁନାୱାଲାକୁ ଗିରଫ କରି ପଚରାଉଚରା କରିଥିଲା। ଏହି ସମୟରେ ଶ୍ରଦ୍ଧାଙ୍କୁ ୩୫ଖଣ୍ଡ କରି ଅଫତାବ ମେହରୁଲି ଜଙ୍ଗଲ ଓ ଗୁରୁଗ୍ରାମରେ ଫିଙ୍ଗିଥିବା କଥା ପୁଲିସକୁ କହିଥିଲା।

ସୂଚନା ପାଇ ପୁଲିସ ଯାଞ୍ଚ କରିବା ପରେ ମେହରୁଲି ଜଙ୍ଗଲରୁ କିଛି ହାଡ ଖଣ୍ଡ ପୁଲିସ ଜବତ କରଥିଲା। । ତେବେ ହାଡ ଶ୍ରଦ୍ଧାଙ୍କର କି ନାହିଁ ଜାଣିବା ପାଇଁ ଏହାର ଡିଏନଏ ପରୀକ୍ଷା କରାଯାଇଥିଲା। ଏବେ ଏହାର ରିପୋର୍ଟ ଆସିବା ପରେ ହାଡର ଡିଏନଏ ସହ ଶ୍ରଦ୍ଧାଙ୍କ ବାପାଙ୍କ ଡିଏନଏ ମିଶିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଶ୍ରଦ୍ଧା ୱାକର ନାମ୍ନୀ ଜଣେ ଦଳିତ ଝିଅଙ୍କୁ କାର୍ଯ୍ୟକ୍ଷେତ୍ରରେ ଅଫତାବ ପ୍ରେମ ଜାଲରେ ଫସାଇବା ପରେ ଲିଭ ଇନରେ ରହୁଥିଲା । ତେବେ ବିବାହ କରିବାକୁ ଶ୍ରଦ୍ଧା କହିବାରୁ ଅଫତାବ ମାନୁନଥିଲା । ପରେ ଏନେଇ ଯୁକ୍ତିତର୍କ ହେବାରୁ ଶ୍ରଦ୍ଧାଙ୍କୁ ହତ୍ୟା କରିବାକୁ ଯୋଜନା କରି ଗତ ମେ’ ୧୮ ତାରିଖରେ ତାଙ୍କୁ ହତ୍ୟା କରିଥିଲା । ଖାଲି ହତ୍ୟା କରିନଥିଲା ଶବକୁ ୩୫ ଖଣ୍ଟ କାଟି ଫ୍ରିଜରେ ରଖିଥିଲା । ଆଫତାବ ପ୍ରେମିକା ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡରେ କାଟି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା।

ad-week
Leave A Reply

Your email address will not be published.