‘ବିହାରରେ ମଦ ଈଶ୍ବରଙ୍କ ପରି; ସବୁଆଡ଼େ ଥାଏ ହେଲେ ଦୃଶ୍ୟମାନ ହୁଏନାହିଁ’

add-all

ପାଟ୍‌ନା: ବିହାରରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ୍‌ ସିଂହ। ସେ କହିଛନ୍ତି କି ବିହାରରେ ସବୁ ଜାଗରେ ମଦ ଉପଲବ୍ଧ। ସେ ଥଟ୍ଟା କରି କହିଛନ୍ତି ଯେ, ଯେପରି ଈଶ୍ବର ସବୁଆଡ଼େ ଥାଆନ୍ତି କିନ୍ତୁ ଦୃଶ୍ୟମାନ ହୁଅନ୍ତି ନାହିଁ। ସେହିପରି ବିହାରର ସମସ୍ତ ସ୍ଥାନରେ ମଦ ଥାଏ, କିନ୍ତୁ ଦିଶେ ନାହିଁ।

ସେ ଗଣମ‌ାଧ୍ୟମରେ ନିଜର ମତ ରଖି କହିଛନ୍ତି, କି ‘ଗତ ୧୦ ବର୍ଷ ମଧ୍ୟରେ ନୀତିଶ କୁମାର ବିହାର ପାଇଁ କିଛି ବି କରିନାହାନ୍ତି। ମଦ ବିହାରରେ ଭଗବାନଙ୍କ ପରି ସବୁଠି ଅଛି। କିନ୍ତୁ ନୀତିଶ କୁମାର ନିଜର ବିଫଳତା ସ୍ବୀକାର କରିବାକୁ ନାରାଜ। ବିଧାନସଭାରେ ସେ କ୍ରୋଧ ପ୍ରକାଶ କରୁଛନ୍ତି। କାରଣ ରାଜ୍ୟରେ ତାଙ୍କ ଶକ୍ତି ହ୍ରାସ ପାଉଛି।’ ଏପରିକି ଗିରିରଜ ସିଂହ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି ଯେ ‘ସରକାର ଚଳାଇବା ପାଇଁ ନୀତିଶ କୁମାର ମାନସିକ ଭାବେ ସୁସ୍ଥ ନୁହଁନ୍ତି।’

ଉଲ୍ଲେଖଯୋଗ୍ୟ, ଏବେ ସୁଦ୍ଧା ବିହାରରେ ବିଷାକ୍ତ ମଦ ପିଇ ୩୯ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି। ମାମଲା ଛପ୍‌ରାର ସାରଣର ଇସୁଆପୁର ଥାନା ଅଞ୍ଚଳର। ଏବେ ବି କିଛି ଲୋକ ହସ୍ପିଟାଲରେ ଭର୍ତ୍ତି‌ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ପ୍ରସଂଗକୁ ନେଇ ବିଜେପି ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଲାଗିରହିଛି।

ad-week
Leave A Reply

Your email address will not be published.