ହିଞ୍ଜିଳିକାଟୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

add-all

ହିଞ୍ଜିଳିକାଟୁ ୧୫।୧୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଚାଲି ରହିଥିଲା । ମଙ୍ଗଳବାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ ଓ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଵୁଧବାର ଉଦ୍ଯାପନୀ ଉତ୍ସବ ରେ ପ୍ରତ୍ୟକ ଖେଳ ରେ ଉତ୍ତୀର୍ଣ୍ଣ ଲାଭ କରିଥିବା ସମସ୍ତ ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ପାରମ୍ଭିକ ଭାଷଣ ଦେବା ସହ ଏହି ବାର୍ଷିକ କ୍ରୀଡା କୁ ଛାତ୍ର ଛାତ୍ରୀ ମାନେ ଖେଳୁଆଡ଼ ମନୋଭାବ ରେ ଖେଳି ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଵିଭୁ ପ୍ରସାଦ ପଣ୍ଡା ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ସମସ୍ତ ଖେଳ କୁ ପରିଚାଳନା କରିଥିଲେ ଖେଳ ଶିକ୍ଷକ ବଟକୃଷ୍ଣ ପଣ୍ଡା ଓଶିକ୍ଷୟତ୍ରୀ । ପୁଷ୍ପାଞ୍ଜଳି ସେଠୀ ଏଥି ସହିତ ବରିଷ୍ଠ କିରାଣୀ ମଧୁସୂଦନ ପଣ୍ଡା ଓ ସିଆରସିସି ଶିକ୍ଷକ ଅଖିଳ କୁମାର ପଣ୍ଡା କରିଥିଲେ ।ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କ ସହିତ ସୁସମ୍ପର୍କ ସ୍ଥାପନ ନିମନ୍ତେ ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ପ୍ରତିଯୋଗିତା ମଧ୍ୟ ରଖା ଯାଇଥିଲା ।

ad-week
Leave A Reply

Your email address will not be published.