ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ

add-all

ବ୍ରହ୍ମପୁର : ଆଜି ପୂର୍ବାହ୍ନ ସମୟରେ ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଜନୈକ ଯୁବକ ନିଶାଶକ୍ତ ଅବସ୍ଥାରେ ନିଜ ବେକକୁ ଏକ ଧାରୁଆ ପଦାର୍ଥ ରେ କାଟି ଦେଇଥିବା ଦେଖିବାକୁ ମିଳିଥିଲା ।ଯୁବକ ଜଣକ ବେକ କାଟୁଥିବା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଜଣାପଡିଛି। ଘଟଣା ସ୍ଥଳରେ ସ୍ଥାନୀୟ ଅଚଂଳବାସୀ ଆସି ଯୁବକଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବଡ଼ବଜାର ଥାନା ପୋଲିସ ସେଠାରେ ପହଚିଂ ଉକ୍ତ ଯୁବକଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଏମ୍‌କେସିଜି ମେଡ଼ିକାଲକୁ ପଠାଇଥିଲେ । ଯୁବକ ଜଣଙ୍କ ଧାନମେରା ସାହି ର ନିରାକାର ବିଷୋୟୀ ବୋଲି ଜଣାପଡ଼ିଛି । ସେ ଜଣେ ମହାନଗର ନିଗମର ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ସୂଚନା ମିଳିଛି। ଏପରି କାଣ୍ଡ କାହିଁକି ଘଟାଇଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ କରୁଥିବା ବେଳେ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.