ଜମି କିସମ ବଦଳାଇବାକୁ ଲାଞ୍ଚ; ଧରାପଡ଼ିଲେ ତହସିଲଦାର

add-all

ବେଗୁନିଆ : ଜମିର କିସମର ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡିଲେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ। ବୁଧବାର ତହସିଲଦାର ନିଜ କଳିଙ୍ଗନଗରସ୍ଥିତ ବାସଭବନ ସାମ୍ନାରେ ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା ।

ତାଙ୍କଠାରୁ ରଙ୍ଗ ବୋଲା ୪୫ହଜାର ଟଙ୍କା ଜବତ କରାଯାଇଛି। ଏହାପରେ ଭିଜିଲାନ୍ସ ଟିମ୍‌ ତହସିଲଦାରଙ୍କୁ ଧରି ବେଗୁନିଆ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ କରୁଥିବା ଜଣାପଡିଛି। କେସ ନମ୍ବର ୯/୨୨ରେ ମାମଲା ରୁଜୁ କରି ଭିଜିଲାନ୍ସ ଟିମ ଅଧିକ ଖୋଳତାଡ଼ କରୁଛି।

ad-week
Leave A Reply

Your email address will not be published.