
ଚିତ୍ରକୋଣ୍ଡା: ଆଜି ଆଦିବାସୀ ଅଧୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଜାନବାଇ ମେଡିକାଲ ପିଏଚସିନିଉ ଠାରେ ସ୍ୱାଭିମାନ ଅଞ୍ଚଳ ର ଦୁଇ ଜଣ ଯକ୍ଷ୍ମା ଆକ୍ରାନ୍ତ ରୋଗୀ ଯଥା ବଡପଡା ପଞ୍ଚାୟତ ଖଜୁରୀଗୁମା ଗ୍ରାମର ଘେନୁ ଚରଣ ବଣ୍ଡା ଏବଂ ଜାନବାଇ କଲୋନୀ ଗ୍ରାମର ଦମାଇ ଖିଲ ଙ୍କୁ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ଷଡ଼ଙ୍ଗୀ, ଜାନବାଇ ମେଡିକାଲ ର ସ୍ୱାସ୍ଥ୍ୟ ଅଧିକାରୀ ପ୍ରବୀଣ କୁମାର ସାହୁ,ଜାନବାଇ ସେକ୍ଟର ସୁପରଭାଇଜର ଶଶାଙ୍କ ଶେଖର କର, କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବିପିମ ପଦ୍ମନାଭ ରାଓ ତଥା ବାମ ସମୀର ଚନ୍ଦ୍ର ବେପାରୀ ଏବଂ ମହିଳା ସ୍ୱାସ୍ଥ୍ୟ କର୍ମି ସୁମିତ୍ରା ଦାଶ ଙ୍କ ଉପସ୍ଥିତିରେ ଦୁଇ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଏବଂ ଆଗାମୀ ୬ ମାସ ପର୍ଯ୍ୟନ୍ତ ଉକ୍ତ ରୋଗୀର ପୋଷକ ତତ୍ତ୍ଵ କୁ ଧ୍ୟାନ ରେ ରଖି ଉତ୍ତମ ପୋଷକ ଯୁକ୍ତ ଆହାରର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମତପୋଷଣ କରିଛନ୍ତି । ଆଜି ସେ ଉକ୍ତ ଦୁଇ ଯକ୍ଷ୍ମା ରୋଗୀ ଙ୍କୁ ଯାନବାଇ ମେଡିକାଲ ପରିସରେ କିଛି ପୋଷକ ଖାଦ୍ୟ ସାମଗ୍ରୀ ମଧ୍ୟ ବିତରଣ କରିଛନ୍ତି । ଯକ୍ଷ୍ମା ଭଳି ଦୁରାରୋଗ୍ୟ କୁ ପୁରା ଭାରତବର୍ଷରୁ ମୁଳୋତ୍ପାଟନ ପାଇଁ ନିଜକୁ “ନିକ୍ଷୟ ମିତ୍ର” ଯୋଜନାରେ ସାମିଲ କରି,ଏହି ଭଳି ମହାନ ସ୍ବାସ୍ଥ୍ୟସେବା କାର୍ଯ୍ୟରେ ନିୟୋଜିତ ହେବା ସହ, ଜଣେ ଜଣେ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଡାକ୍ତର ଷଡ଼ଙ୍ଗୀ ସମସ୍ତ ସ୍ୱଚ୍ଛଳ ,ବଦାନ୍ୟ ଓ ସହୃଦୟ ବ୍ୟକ୍ତି ବିଶେଷଙ୍କୁ ଆହ୍ୱାନ କରିଛନ୍ତି । ପୋଷଣ ଅଭାବରୁ ବହୁ ଯକ୍ଷ୍ମା ଆକ୍ରାନ୍ତ ରୋଗୀଙ୍କର ମୃତୁ ହେଉଥିବାର ଦେଖିବାକୁ ମିଳିଥିଲା, ପୋଷଣ ତଥା ପୃଷ୍ଟିହୀନତା କୁ ନେଇ ମୃତୁ ବରଣ କୁ ରୋକିବାକୁ ଏଭଳି ଅଭିନଵ ପ୍ରୟାସ କରାଯାଇ ଯକ୍ଷ୍ମା ମୁକ୍ତ ଭାରତ ଗଠନ ନିମନ୍ତେ ଉକ୍ତ ପଦକ୍ଷେପ ନିଆଯାଉଛି l