ଭିଜିଲାନ୍ସ ଜାଲରେ ତମାଣ୍ଡୋ ଥାନା ଏସଆଇ

add-all

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସଆଇଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଉଛି।

ଭୁବନେଶ୍ୱର ଏବଂ ନୟାଗଡର ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଥିବା ବେଳେ ଭୁବନେଶ୍ୱର ପାଇକନଗର ସ୍ଥିତ ୪ ମହଲା ବିଲ୍ଡିଂ,ତମାଣ୍ଡୋ କାର୍ଯ୍ୟାଳୟରେ, ରଣପୁର ନଛିପୁର ଗାଁ ସ୍ଥିତ ପୈତୃକ ଘରେ ମଧ୍ୟ ଚଢାଉ କରାଯାଉଛି।

ad-week
Leave A Reply

Your email address will not be published.