ଭୂତଳଜଳର ବିକାଶ ଏବଂ ପରିଚାଳନା ପଦ୍ଧତି ତାଲିମ ଶିବିର ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଡଃ ମେଜର ଏସ ବଳିୟାର ସିଂଙ୍କ ସଭାପତିତ୍ବରେ ଭୂତଳ ଜଳର ବିକାଶ ଏବଂ ପରିଚାଳନା ପଦ୍ଧତି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି lଏଥି ସକାଶେ ଭୁବନେଶ୍ୱରରୁ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ନାମକ ଗୋଟିଏ ଟିମ୍ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସର୍ଭେ କରି ଛାତ୍ର ଛାତ୍ରୀ ମାନଙ୍କୁ ଭୂତଳ ଜଳର ବିକାଶ ଓ ଏହାର ପରିଚାଳନା ସମ୍ବନ୍ଧରେ ତାଲିମ ଦେବା ପାଇଁ ଆଗେଇ ଆସିଛନ୍ତି l ଏହି ଅବସରରେ ମଞ୍ଚାସୀନ ଅତିଥି ତଥା ଭୂତତ୍ଵବିତ ଶ୍ରୀମତୀ ସୁମି ତା ସରକାର ଭୂତଳ ଜଳ ପରିଚାଳନା ହେଉଛି ଏକ ପ୍ରକ୍ରିୟା ଯାହା ଭୂତଳ ଜଳର ସ୍ଥିରତାକୁ ଲକ୍ଷ୍ୟ କରି ଭୂତଳ ଜଳ ବ୍ୟବହାରରେ ଜଡିତ ପ୍ରତ୍ୟେକ ହିତାଧିକାରୀଙ୍କୁ ଉପକୃତ କରିବ l ସେହି ହିତାଧିକାରୀମାନେ ହେଉଛନ୍ତି କୃଷକ, ପ୍ରଶାସକ, ବୈଜ୍ଞାନିକ , ପରିବେଶବିତ୍ ଏବଂ ସମାଜର ସମସ୍ତ ବର୍ଗର ଲୋକଙ୍କ ହିତରେ ଆସିବ ବୋଲି ବକ୍ତବ୍ୟ ରଖିଥିଲେ l
ସେହିପରି ଭୂତତ୍ଵବିତ ଶ୍ରୀମତୀ ମୌସୁମି ସାହୁ ଭୂତଳ ଜଳ ପରିଚାଳନା ଉପରେ ଗୁରୁତ୍ୱ ଦେଇ XII ଯୋଜନା ସମୟରେ କିଛି ନୂତନ କାର୍ଯ୍ୟକଳାପ ଯୋଗ କରାଯାଇଛି ଏହି ଯୋଜନାରେ ଚାରୋଟି ଉପାଦାନ ଅଛି: (କ) ଆକ୍ୱିଫର୍ ମ୍ୟାପିଂ, (ଖ) ) ଅଂଶଗ୍ରହଣକାରୀ ଭୂତଳ ଜଳ ପରିଚାଳନା, (ଗ) ବୈଷୟିକ ଅପ- ଗ୍ରେଡେସନ୍ ଏବଂ (ଘ) ଭୂତଳ ଜଳ ମନିଟରିଂ, ମୂଲ୍ୟାଙ୍କନ, ନିୟମାବଳୀ, ପ୍ରକାଶନ, ସେମିନାର, ପୁରସ୍କାର,ତାଲିମ ସହାୟତା ଏବଂ କୃତ୍ରିମ ରିଚାର୍ଜ ଏବଂ ଅନୁସନ୍ଧାନ ପ୍ରକଳ୍ପର କାର୍ଯ୍ୟ ଉପରେ ପ୍ରଥମ ଦୁଇଟି କାର୍ଯ୍ୟକଳାପ ଯଥା ଆକ୍ୱିଫର୍ ମ୍ୟାପିଂ ଏବଂ ଅଂଶଗ୍ରହଣକାରୀ ଭୂତଳ ଜଳ ପରିଚାଳନା ହେଉଛି ନୂତନ ଉପାଦାନ ବୋଲି ସଚେତନତା କରିଥିଲେ l ଅନ୍ୟତମ ଅତିଥି ଭୂତ୍ଵତ ବିତ ପୂର୍ବ ବେରା ଓ ସଞ୍ଜୟ କୁମାର ନାୟକଙ୍କ ସମେତ ଡଃ ଏସ ସାହୁ ପ୍ରମୂଖ ଉପସ୍ଥିତ ରହି ଆଗାମୀ ଭବିଷ୍ୟତରେ ଯେପରି ବିଭିନ୍ନ ଜିଲ୍ଲାରେ ଜଳାଭାବ ନ ଦେଖାଯିବ ସେଥିପାଇଁ ଏହି ଟିମ୍ ଲକ୍ଷ୍ୟ ରଖିଛନ୍ତି l ଯେହେତୁ ଛାତ୍ର ଛାତ୍ରୀ ସଚେତନ ହେଲେ ସେମାନେ ଅନ୍ୟ ମାନଙ୍କୁ ସଚେତନ କରିପାରିବେ ସେଥିପାଇଁ ଟିମ୍ ଉଦ୍ଦେଶ୍ଯ ଓ ଲକ୍ଷ୍ୟ ନେଇ କେବଳ କନ୍ଧମାଳ ଜିଲ୍ଲା କାହିଁକି ସାରା ଭାରତ ବର୍ଷରେ ପ୍ରଚେଷ୍ଟା ଜାରି ରଖିଛି ଉକ୍ତ ଟିମ୍ l ଭୂତଳ ଜଳର କିପରି ସୁପରିଚାଳନା କରାଯାଇ ପାରିବ ସେ ନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ ଟିମର ସଦସ୍ୟମାନେ l ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.