ପୁରୀ ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ, ୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

add-all

ପୁରୀ: ପୁରୀ ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ। କାଠ ଗୋଦାମରେ ଲାଗିଲା ନିଆଁ। ଖବର ପାଇ ଅଗ୍ନିଶମ ବାହିନୀର ୮ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନି କାଣ୍ଡର କାରଣ ଅସ୍ପଷ୍ଠ ଥିବା ବେଳେ ପ୍ରାୟ ୫ କୋଟି ଟଙ୍କାର ମୂଲ୍ୟବାନ କାଠ ପୋଡି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତି ୧୨ଟାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଦେଖୁ ଦେଖୁ ପୁରା କାଠ ଗୋଦାମ ଜଳିଯାଇଥିଲା।

ad-week
Leave A Reply

Your email address will not be published.