ରାଜଧାନୀରେ ବଢୁଛି ମଶାଙ୍କ ପ୍ରାଦୁର୍ଭାବ, କେମିକାଲ ସ୍ପ୍ରେ କରିବାକୁ ବ୍ୟବହାର ହେବ ଡ୍ରୋନ

Independence

ରାଜଧାନୀରେ ବଢୁଛି ମଶାଙ୍କ ପ୍ରାଦୁର୍ଭାବ। ମଶାଙ୍କ ବଂଶ ବିସ୍ତାରକୁ ରୋକିବାକୁ ବିଏମସିର ଚିନ୍ତା। ମଶା ବଂଶ ନିପାତ ପାଇଁ ବିଏମସି ନେବ ପଦକ୍ଷେପ। ଆଗାମୀ ଏକ ମାସ ପର୍ଯ୍ୟନ୍ତ ବ୍ୟାପକ ହେବ ମଶା ତେଲ ପକାଇବା ଓ ମଶା ଧୂଆଁ ଛାଡିବା ଅଭିଯାନ। ବଢିବ ଟିଫା ମେସିନ ଓ ଟିମ ସଂଖ୍ୟା।

ମଶାବଂଶ ବୃଦ୍ଧିର କାରଣ ଜାଣିବାକୁ ଓ ଏହାର ପ୍ରତିକାର ପାଇଁ ନିଆଯିବ ବୈଜ୍ଞାନିକଙ୍କ ପରାମର୍ଶ। ଟିଫାମେସିନ ଯାଇପାରୁନଥିବା ଇଲାକା ଓ ଜଳ ଉତ୍ସ ଗୁଡିକରେ କେମିକାଲ ସ୍ପ୍ରେ କରିବାକୁ ବ୍ୟବହାର ହେବ ଡ୍ରୋନ। ଆକାଶ ମାର୍ଗରୁ କରାଯିବ ରସାୟନିକ ଔଷଧ ସିଞ୍ଚନ। ସୂଚନା ଦେଲେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।

ad-week
Leave A Reply

Your email address will not be published.