ଗଞ୍ଜାମ ଜିଲାପାଳଙ୍କ ହିଞ୍ଜିଳିକାଟୁ ଗସ୍ତ

add-all

ହିଞ୍ଜିଳିକାଟୁ, : ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା ନିମନ୍ତେ ଗୁରୁବାର ହିଞ୍ଜିଳିକାଟୁ ବ୍ଳକ ଓ ପୌରାଞ୍ଚଳ ଗ୍ରସ୍ତ କରିଥିଲେ। ହିଞ୍ଜିଳିକାଟୁ ମ୍ୟୁନିସିପାଲଟିରେ ମାର୍କେଟ କମ୍ପ୍ଲେକ୍ସ, ଆହାର କେନ୍ଦ୍ର, ମିଶନ ଶକ୍ତି କାଫେ ସେଣ୍ଟର ଏବଂ ମୁକ୍ତ ଆକାଶ ଉନ୍ନୟନ ପ୍ରକଳ୍ପ ସହିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ। ନିର୍ଦିଷ୍ଟ ସମୟରେ ସମସ୍ତ ଅର୍ଦ୍ଧ ନିର୍ମିତ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ସେ ଉପସ୍ଥିତ ପୌର ନିର୍ବାହୀ ଅଧିକାରୀ ଜୁବୁଲିଚରଣ ବେହେରା ଙ୍କୁ କହିଥିଲେ। ଅନ୍ୟ ପକ୍ଷରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରୋଜେକ୍ଟ ଉପରେ ଉପସ୍ଥିତ ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା ଓ ଅନ୍ୟାନ୍ୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଛନ୍ତି |

ad-week
Leave A Reply

Your email address will not be published.