ପରିତ୍ୟକ୍ତ କୂଅରୁ ମିଳିଲା ସରପଞ୍ଚଙ୍କ ସ୍ତ୍ରୀଙ୍କ ଗଳିତ ମୃତଦେହ  

add-all

ବାରିପଦା: ପରିତ୍ୟକ୍ତ କୂଅରୁ ମିଳିଲା ସରପଞ୍ଚଙ୍କ ସ୍ତ୍ରୀଙ୍କ ଗଳିତ ମୃତଦେହ। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଦିନିଆ ଗାଁରେ ଏଭଳି ଘଟଣା ଘଟିଛି।  ମୃତ ମହିଳା ଜଣଙ୍କ ହେଉଛନ୍ତି ବାଘଡା ସରପଞ୍ଚ ଝାଡେଶ୍ୱର ମାରାଣ୍ଡିଙ୍କ ସ୍ତ୍ରୀ ଶାରଦା ମାରାଣ୍ଡି।

ଗତ ରବିବାରଠାରୁ ଶାରଦା ଘରୁ କୁଆଡ଼େ ପଳାଇଥିଲେ। ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଏନେଇ ଶାରଦାଙ୍କ ସ୍ୱାମୀ ଥାନାରେ ଏକ ଅଭିଯୋଗ କରିଥିଲେ। ଗୁରୁବାର ଦିନ ଶାରଦା ସ୍ୱାମୀ ନିଜ ଘର ପଛ ପରିତ୍ୟକ୍ତ କୂଅ ଆଡ଼େ କୌଣସି କାମରେ ଯାଇଥିଲେ। ଏହି ପରିତ୍ୟକ୍ତ କୂଅରୁ  ପ୍ରବଳ ପଟୁ  ଦୁର୍ଗନ୍ଧ ଆସିଥିଲା। ଏହାପରେ କୂଅର ପାଣିରେ ଶାରଦାଙ୍କ ମୃତଦେହ ଭାସୁଥିବା ସେ ଦେଖିବାକୁ ପାଇଥିଲେ। ପରେ ଝାଡେଶ୍ୱ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।  ଅଗ୍ନିଶମ କର୍ମଚାରୀ ପହଞ୍ଚ ଶାରଦାଙ୍କ  ମୃତଦେହ କୂଅ ଭିତରୁ ଉଦ୍ଧାର କରିଥିଲେ।

ତେବେ ଶାରଦାଙ୍କୁ ହତ୍ୟା କରି କିଏ କୂଅରେ ଫିଙ୍ଗି ଦେଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ି ନାହିଁ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.