ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି! ଗଲା ଆଉ ଜଣଙ୍କ ଜୀବନ

add-all

ପୁରୀ: ଶ୍ରୀକ୍ଷେତ୍ରରେ ବ୍ୟାପୁଛି ଝାଡ଼ାବାନ୍ତି! ଆଜି ଯାଇଛି ଆଉ ଜଣଙ୍କ ଜୀବନ। ଏହାଛଡ଼ା ଅନେକ ଲୋକ ଆକ୍ରାନ୍ତରେ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଦୂଷିତ ପାଣି ପିଇ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

ଅଭଯୋଗରୁ ପ୍ରକାଶ, ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପାଇଁ ଅନେକ ସ୍ଥାନରେ ପାଣି ପାଇପ କଟା ଯାଇଥିଲା। ଯେଉଁଥିପାଇଁ ପୌରାଞ୍ଚଳର ଲୋକମାନେ ପିଇବା ପାଣି ପାଇବାରୁ ବଞ୍ଚିତ ହୋଇଥିଲେ। ବହୁ ଅଭିଯୋଗ ପରେ ପାଣି ଯୋଗାଇ ଦିଆଯାଉଥିଲା। ସେହି ପାଣି ପିଇବା ପରେ ବହୁ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଥିଲା। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ ପଦ୍ମଚରଣ। ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।

ପୂର୍ବରୁ ବିମାନବଡ଼ୁ ସାହିର ବାସନ୍ତୀ ଦାଶଙ୍କ ମୃତ୍ୟୁ ଘଟିଥିଲା। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ।

ad-week
Leave A Reply

Your email address will not be published.