୩ ଲକ୍ଷ ଜାଲ୍‌ ନୋଟ୍‌କୁ ୧ ଲକ୍ଷରେ ଡିଲ୍‌, ମାଡି ବସିଲା ଏସ୍‌ଟିଏଫ୍‌

add-all

ଭୁବନେଶ୍ୱର:୩ ଲକ୍ଷ ଜାଲ୍‌ ନୋଟ୍‌କୁ ୧ ଲକ୍ଷରେ ହେଉଥିଲା ଡିଲ୍‌। ଏହି ସମୟରେ ମାଡି ବସିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଜାଲ୍‌ ନୋଟ୍‌ ଜବତ କରିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି।

ଜାଲ୍‌ ନୋଟ୍‌ କାରବାର ନେଇ ଏସ୍‌ଟିଏଫ୍‌ ପାଖରେ ଅଭିଯୋଗ ହୋଇଥିଲା। ଏହା ପରେ ତତ୍ପର ହୋଇଥିଲା ଏସ୍‌ଟିଏଫ୍‌। ପରେ ଜାଲ୍‌ ନୋଟ୍‌ କାରବାର କରୁଥିବା ସ୍ମଗଲରକୁ ଧରିବା ପାଇଁ ଜାଲ ବିଛାଇଥିଲା। ଜାଲ୍‌ ନୋଟ୍‌ କାରବାରରେ ସମ୍ପୃକ୍ତ ଥିବା ସ୍ମଗଲରଙ୍କୁ ଡିଲ୍‌ ପାଇଁ ଡାକିଥିଲେ। ଆଉ ଡିଲ୍‌ରେ ରାଜି ହୋଇ ସମ୍ପୃକ୍ତ ବ୍ୟକ୍ତି ଡିକିରେ ଜାଲ୍‌ ୩ ଲକ୍ଷ ଟଙ୍କାକୁ ଧରି ଢେଙ୍କାନାଳ ଜିଲ୍ଲାର ଭାପୁର ଆସିଥିଲେ। ଏସ୍‌ଟିଏଫ୍‌ ସେଠାରେ ତାଙ୍କୁ ମାଡ଼ି ବସିଥିଲା।

ଗିରଫ ବ୍ୟକ୍ତିଙ୍କ ଘର ଦେବଗଡ଼ ଜିଲ୍ଲାରେ। ଏସ୍‌ଟିଏଫ୍‌ ତା’ଠାରୁ ୩ ଲକ୍ଷ ଜାଲ୍‌ ନୋଟ୍‌ ଜବତ କରିଛି। ଜବତ ନୋଟ୍ ଭିତରେ ୫୦୦ ଓ ୧୦୦ ଟଙ୍କିଆ ନୋଟ୍‌ ରହିଛି। ତେବେ ସମ୍ପୃକ୍ତ ବ୍ୟକ୍ତି ଜାଲ୍‌ ନୋଟ୍‌ କେଉଁଠୁ ଆଣିଲେ? କେତେ ଦିନ ଧରି ଜାଲ୍‌ ନୋଟ୍‌ କାରବାର କରୁଥିଲା? ସେ ସମ୍ପର୍କରେ ଏସ୍‌ଟିଏଫ୍‌ ତଦନ୍ତ ଚଳାଉଛି।

ad-week
Leave A Reply

Your email address will not be published.