ଜାନୁଆରୀ ୧୨ରେ ଓଏସ୍‌ଏସ୍‌ଟିଇଟି, ୫ରୁ ବୋର୍ଡ ୱେବସାଇଟ୍‌ରେ ମିଳିବ ଆଡମିଟ୍‌ କାର୍ଡ

add-all

କଟକ: ଜାନୁଆରୀ ୧୨ରେ ଓଏସ୍‌ଏସ୍‌ଟିଇଟି। ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଜାନୁଆରୀ ୧୨ତାରିଖରେ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ପେପର୍‌ ଏବଂ ଦ୍ୱିତୀୟ ପେପର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧୨ଟା ୩୦ ଯାଏ ଚାଲିବ।

ଏହି ପରୀକ୍ଷା ପାଇଁ ଜାନୁଆରୀ ୫ତାରିଖରୁ ବୋର୍ଡ ୱେବସାଇଟ୍‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ବୋର୍ଡ ୱେବ୍‌ସାଇଟ୍‌ରେ ନିଜ ରେଜିଷ୍ଟ୍ରେସନ୍‌ ନମ୍ବର କିମ୍ବା ଇମେଲ୍‌ ଆଇଡି ଦ୍ୱାରା ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ସୂଚନା ମିଳିଛି। ପରୀକ୍ଷାର୍ଥୀମାନେ ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ ନାହିଁ।

ad-week
Leave A Reply

Your email address will not be published.