ଖୋଲିବ ଲିଙ୍ଗରାଜ ମନ୍ଦିରର ସିଂହଦ୍ଵାର, ଖୁବଶୀଘ୍ର ଶେଷ ହେବ ମରାମତି କାର୍ଯ୍ୟ

add-all

ଭୁବନେଶ୍ବର: ଖୋଲିବ ଲିଙ୍ଗରାଜ ମନ୍ଦିରର ସିଂହଦ୍ଵାର। ଖୁବଶୀଘ୍ର ଶେଷ ହେବ ମରାମତି କାର୍ଯ୍ୟ। 25ତାରିଖ ସୁଦ୍ଧା ସିଂହଦ୍ଵାର ସମେତ ଅନ୍ୟାନ୍ୟ ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଚି ଭାରତୀୟ ପ୍ରତ୍ନତତ୍ୱ ବିଭାଗ। ସୂଚନା ଦେଲେ ଏ ଏସ ଆଇ ଅଧିକାରୀ ମାନସ କୁମାର ସାହୁ, ଖୁବଶୀଘ୍ର ଖୋଲିବ ଲିଙ୍ଗରାଜ ମନ୍ଦିର ସମ୍ମୁଖ ଦେବିପାଦହରା ପାର୍କ। ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ବନ୍ଦ ପଡିଛି ପାର୍କ।

ପାର୍କ ସଫା ସହ ତୁରନ୍ତ ଖୋଲିବାକୁ ନିର୍ଦେଶ ଦେଲେ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ। ମନ୍ଦିର ଭିତର ଓ ବାହାରର ରାସ୍ତା ନିର୍ମାଣ ସହ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଏମସି ଓ ପୂର୍ତ୍ତ ବିଭାଗକୁ ଦେଲେ ନିର୍ଦେଶ। ନିୟମିତ ବ୍ୟବଧାନରେ ହେବ ସମୀକ୍ଷା।

ad-week
Leave A Reply

Your email address will not be published.