ବଡଦିନ ପାଳନ ନିମନ୍ତେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ…

add-all


ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରର ଆଡିଟରିୟମ ହଲରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ବଡଦିନ ନିମନ୍ତେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ତହସିଲଦାର ଭଞ୍ଜନ କହଁର, ଉପଖଣ୍ଡ ପୋଲିସ ଅଧିକାରୀ ଡି.ତିରୁପତି ରାଓ ପଟ୍ଟନାୟକ ଓ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ବଡଦିନ ପାଳନ ଉପରେ ଗୁରୁତ୍ବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ପ୍ରଶାନ୍ତ କୁମାର ଦାସ, ଆଇଯାକ ଦିଗାଲ, ପୁର୍ବତନ ସରପଞ୍ଚ ଜମେସ ପ୍ରଧାନ, ଅବଦୁଲ ବାରୀ, ଏମ ଡି ଆଲମାସ୍, ଆମୋଦ ନାୟକ, ଅଭିରାମ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ବଡଦିନ ପର୍ବ କୁ କିପରି ଶାନ୍ତି ଓ ଶୃଙ୍ଖଳାର ସହ ପାଳନ କରାଯିବ ସେ ନେଇ ନିଷ୍ପତ୍ତି ନିଆ ଯାଇଥିଲା।

ad-week
Leave A Reply

Your email address will not be published.