ଦାରିଙ୍ଗବାଡ଼ିଠାରେ ଅଙ୍ଗନବାଡ଼ି କର୍ମୀଙ୍କ ବିଭିନ୍ନ ଦାବିନେଇ ସମାବେଶ

add-all

ଦାରିଙ୍ଗବାଡ଼ି, ୧୭/୧୨ : ଆଜି ପୂର୍ବାହ୍ନ ୧୧ ଘଟିକ ସମୟରେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଅଙ୍ଗନବାଡ଼ି କର୍ମୀଙ୍କ ବିଭିନ୍ନ ଦାବିନେଇ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସ୍ତରୀୟ ନେତ୍ରୀ ରଶ୍ମି ରଞ୍ଜିତା ନାୟକ ଓ ପ୍ରୋମଦା ମଲ୍ଲିକ ଏହି ସମାବେଶର ନେତୃତ୍ୱ ନେଇଥିଲେ । ବିଭିନ୍ନ ଦାବିନେଇ ଦୀର୍ଘ ୨୭ ଦିନ ହେଲା ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟରେ ଧାରଣା ବସି ରହିଥିଲେ। ହେଲେ ସରକାରଙ୍କ ତରଫରୁ କୌଣସି ପ୍ରତିଶ୍ରୁତି ବା ନିଷ୍ପତି ନିଆ ଯାଇ ନାହି।
ଏହା ଦ୍ବାରା ଗର୍ଭବତୀ ମାଁ ତଥା ଶିଶୁମାନଙ୍କର ବିଶେଷ ଅସୁବିଧା ହେଉ ଥିବାରୁ ସେମାନେ ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତୁରନ୍ତ ସୁହାନୁଭୂତି ମୂଳକ ପଦକ୍ଷେପ ନେବା ପାଇଁ ସରକାରଙ୍କ ଠାରେ ବିନମ୍ବ୍ର ନିବେଦନ ରଖି ଛନ୍ତି।

ad-week
Leave A Reply

Your email address will not be published.