ଆଙ୍କୁଲି-ଶିଳ୍ପାଞ୍ଚଳ ଛକ ଓଭର ବ୍ରିଜର ଉଭୟ ପାର୍ଶ୍ୱରେ ରାସ୍ତା ନିର୍ମାଣ ଓ ଟାଉନ ବସ ଚଳାଇବା ଦାବୀରେ ବିକ୍ଷୋଭ

add-all

ବ୍ରହ୍ମପୁର : ସିପିଏମର ଆଙ୍କୁଲି ଓ ଶିଳ୍ପାଞ୍ଚଳ ଶାଖା ପକ୍ଷରୁ ଅତିଶିଘ୍ର ରାସ୍ତା ନିର୍ମାଣ ଓ ଲାଞ୍ଜି ପଲି ,ଶିଳ୍ପାଞ୍ଚଳ ,ଆଙ୍କୁଲି ଦେଇ ଟାଉନ ବସ ପ୍ରଚଳନ ଦାବୀରେ ଶିଳ୍ପାଞ୍ଚଳ ଛକରେ ପ୍ରତିବାଦ କରାଯାଇଥିଲା।ଶତାଧିକ କର୍ମୀ ଛକ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।ପ୍ରସାଶନ ପକ୍ଷରୁ ଅତିଶିଘ୍ର ପଦକ୍ଷେପ ଗ୍ରହଣ ନ କରିଥିଲେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ପୂର୍ବତନ କାଉନସିଲର ବାବୁଲା ନାୟକ, ପ୍ରତାପ ଚୌଧୁରୀ, କେଶବ ଗୌଡ଼, ହରି ନାହାକ,ଚିଟି ବାବୁ,ରଂଜନ ପାତ୍ର, ଗୋପାଳ ମହାନ୍ତି,ଲୋକନାଥ ଖୁଣ୍ଟିଆ,ଶ୍ରୀନିବାସ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ।

ad-week
Leave A Reply

Your email address will not be published.