ବଡ଼ଦିନ ଓ ନୂଆବର୍ଷ ପାଇଁ ବ୍ଲକସ୍ତରୀୟ ଶାନ୍ତି ବୈଠକ

add-all

ଦାରିଙ୍ଗବାଡ଼ି, ୧୭/୧୨: ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତା କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ ଅଞ୍ଚଳରେ ବଡ଼ ଦିନ ପର୍ବ ଓ ନୂଆଁ ବର୍ଷ ଶାନ୍ତି ଶୃଙ୍ଖଳାରେ ପାଳନ ହେବା ନେଇ ଆଲୋଚନା ହୋଇଥିଲା । ଏଥି ସହିତ ପୋଲିସ ପେଟ୍ରୋଲିଙ୍ଗ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକରେ ତହସିଲଦାର ଡ. ଅଶୋକ ଦାସ, ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ, ବ୍ରାହ୍ମଣୀଗାଁ ଥାନା ଉପ ନିରୀକ୍ଷକ ଅମରେନ୍ଦ୍ର ସୁବୁଦ୍ଧି, ଏମପି ପ୍ରତିନିଧି ଅକ୍ଷୟ ନାୟକ, ଜିଲ୍ଲା ପରିଷଦ ସଭ୍ୟ ରଞନ ପ୍ରଧାନ ସମେତ ବଣିକ ସଂଘ ସଦସ୍ୟ, ସରପଞ୍ଚ, ସମିତିସଭ୍ୟ,ବିଭିନ୍ନ ଧର୍ମର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.