କୁଆଡେ ଗଲେ ଅମ୍ରିତ? ଦୁଇ ଦିନ ପରେ ବି ମିଳୁନି ପତ୍ତା, CBI ତଦନ୍ତ ପାଇଁ ଦାବି କଲେ ବାପା ମାଆ

add-all

ନୟାଗଡ଼: କୁଆଡେ ଗଲେ ଅମ୍ରିତ? ଦୁଇ ଦିନ ପରେ ବି ନୟାଗଡ଼ ଓଡ଼ଗାଁ ଥାନା କୁରାଳ ଗାଁର ଅମ୍ରିତର ପତ୍ତା ମିଳୁନି। କୁରାଳ ଗାଁରୁ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ଅପହରଣ ଘଟଣାରେ ଦୁଇ ଦିନ ବିତି ଯାଇଥିଲେ ବି ପୋଲିସର ହାତ ଖାଲି । CBI ତଦନ୍ତ ପାଇଁ ଦାବି କରିଛନ୍ତି ଅମ୍ରିତର ବାପା ମାଆ ।

ଘଟଣା ସ୍ଥଳକୁ ସନ୍ଧାନୀ କୁକୁରକୁ ନେଇ ଓଡ଼ଗାଁ ପୋଲିସ ଛାନଭିନ କରିଛି । ଘଟଣାସ୍ଥଳରେ ଏସି ମଧ୍ୟ ତନାଘନା କରିଛନ୍ତି । କିନ୍ତୁ ପୋଲିସ ଟେର୍‌ ପାଉନି । ଅମ୍ରିତର ବାପା ମାଆ ସନ୍ଦେହ କରୁଥିବା ଲୋକଙ୍କୁ ଥାନାକୁ ନେଇ ବିଭିନ୍ନ ଦିଗରେ ତଦନ୍ତ ଚଳାଇଛି ଓଡଗାଁ ପୋଲିସ । ଅମି୍ରତକୁ ଅପହରଣ କରାଯାଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ । ଗୁରୁବାର ରାତି ସାଢ଼େ ୭ଟାରେ ଅମ୍ରିତ ଟିଉସନରୁ ଘରକୁ ଫେରିବା ବାଟରୁ ନିଖୋଜ ହୋଇଯାଇଥିଲେ ।

ad-week
Leave A Reply

Your email address will not be published.