ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା! ଘାଟିରୁ ମିଳିଲା ମୃତଦେହ

add-all

ଭଞ୍ଜନଗର: ୫ ଦିନ ହେଲା ଭଞ୍ଜନଗରର ଜଣେ ବ୍ୟବସାୟୀ ନିଖୋଜ ଥିବା ବେଳେ ରବିବାର ତାଙ୍କ କ୍ଷତାକ୍ତ ମୃତଦେହ ମିଳିଛି। ଦାରିଙ୍ଗବାଡ଼ି ଘାଟିରୁ ତାଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ୍ ସେଠାରେ ପହଞ୍ଚି ତଦନ୍ତ କରିଛି।

ମୃତ ବ୍ୟବସାୟୀଙ୍କ ନାଁ ହିତେନ ସ୍ୱାଇଁ। ଭଞ୍ଜନଗର ଷ୍ଟେଟ୍ ବ୍ୟାଙ୍କ ଛକ ନିକଟରେ ତାଙ୍କର ଏକ ଦୋକାନ ରହିଛି। ଗତ ମଙ୍ଗଳବାର ରାତିରେ ସେ ଦୋକାନରୁ ଘରକୁ ଫେରି ନଥିଲେ।

ପରିବାର ଲୋକେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ, କିନ୍ତୁ ପାଇ ନଥିଲେ। ଶେଷରେ ନିରାଶ ହୋଇ ଭଞ୍ଜନଗର ଥାନାରେ ଏତଲା ଦେଇଥିଲେ। ହିତେନଙ୍କୁ ଅପହରଣ କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ।

ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ବେଳେ ଆଜି ଦାରିଙ୍ଗବାଡ଼ି ଘାଟିର ୯ ନମ୍ବର ବୁଲାଣି ରାସ୍ତା ନିକଟସ୍ଥ ଏକ ବୁଦା ମୂଳରୁ ହିତେନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି।

ad-week
Leave A Reply

Your email address will not be published.