ପୁଣି ରାମଲୀଳା ମୈଦାନରେ ଗର୍ଜିଲେ ୫୦,୦୦୦ ଚାଷୀ…

add-all

ନୂଆଦିଲ୍ଲୀ: ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ। ରାଜଧାନୀ ଦିଲ୍ଲୀରେ ଏକାଠି ହେଲେ ହଜାର ହଜାର ଚାଷୀ। ୩ ବିବାଦୀୟ କୃଷି ଆଇନ ବିରୋଧରେ ମାସାଧିକ କାଳ ଆନ୍ଦୋଳନ ପରେ ପୁଣି ଥରେ ବଡ଼ଧରଣର ଆନ୍ଦୋଳନ ଦେଖିବାକୁ ମିଳିଛି। ବିଭିନ୍ନ ଦାବି ଦେଇ ଦିଲ୍ଲୀରେ ପ୍ରାୟ ୫୦,୦୦୦ ଚାଷୀ ଏକାଠି ହୋଇ ଗର୍ଜିଛନ୍ତି। ଆରଏସଏସ ସହ ଜଡ଼ିତ ଭାରତୀୟ କିଷାନ ସଂଗଠନ (ବିକେଏସ୍) ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ପ୍ରାୟ ୫୦, ୦୦୦ ଚାଷୀ ରାମ ଲୀଳା ମୈଦାନରେ ଏକାଠି ହେବା ସହ ‘କିଷାନ ଗର୍ଜନ’ର ନାରା ଦିଆଯାଇଥିଲା। ଚାଷୀଙ୍କ ଅବସ୍ଥାର ଉନ୍ନତିର ନାରା ଦେଇ ଏହି ଚାଷୀମାନେ ଗୋଟିଏ ବ୍ୟାନର ତଳେ ଏକାଠି ହୋଇଥିଲେ।

ଏହି ଚାଷୀମାନେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ସେମାନଙ୍କ ବିଭିନ୍ନ ଦାବି ମାନିନେବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି । ମୁଖ୍ୟତଃ କୃଷି ଋଣ ଛାଡ଼, ସେମାନେ ଉତ୍ପାଦନ କରୁଥିବା ଶସ୍ୟର ଉଚିତ୍ ମୂଲ୍ୟ, ଶସ୍ୟ ନଷ୍ଟ ଜନିତ କ୍ଷତିପୂରଣ ଆଦି ବିଭିନ୍ନ ଦାବି ନେଇ ସେମାନେ ଆନ୍ଦୋଳନ କରିଥିଲେ।

ଗତ ବର୍ଷ ହୋଇଥିବା ମାସାଧିକ କାଳର ଆନ୍ଦୋଳନ ପରେ ସରକାର ଦାବି ମାନିନେବାକୁ କଥା ଦେଇଥିଲେ। । ହେଲେ ପ୍ରତିଶ୍ରୁତି ଅନୁସାରେ ସହାୟତା ମିଳିନଥିବାରୁ ପୁଣି ଥରେ ସେଇ ପୁରୁଣା ଦାବିକୁ ଦୋହରାଇଛନ୍ତି ଚାଷୀ। ସେତେବେଳେ ୩ ବିବାଦୀୟ କୃଷି ଆଇନକୁ ହଟାଇବା ସହ ଅନ୍ୟାନ୍ୟ ଦାବି ନେଇ ଚାଷୀମାନେ ୧୧ ମାସ ଧରି ଆନ୍ଦୋଳନ କରିଥିଲେ। ପୂର୍ବରୁ ବିକେଏସର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ନାନା ଆଖ୍ରେ କହିଥିଲେ ଯେ, ଚାଷୀମାନଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁ ନଥିବାରୁ ସେମାନେ ଆତ୍ମହତ୍ୟା ପାଇଁ ବାଧ୍ୟ ହେଉଛନ୍ତି।

ଏହି ପ୍ରସଙ୍ଗରେ ମତ ରଖିଛି କଂଗ୍ରେସ। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ, ମୋଦି ସରକାର ଅତୀତରୁ ଶିଖିବା ଉଚିତ୍। ମୋଦି କଥା ଦେଇ କଥା ରଖିନାହାନ୍ତି। ସେ ଅତୀତରୁ ଶିଖନ୍ତୁ । ନଚେତ୍ ପୁଣିଥରେ ଚାଷୀ ମହାଆନ୍ଦୋଳନର ପୁନରାବୃତ୍ତି ହେବ।

ad-week
Leave A Reply

Your email address will not be published.