୫୦୦ ଟଙ୍କାରେ ମିଳିବ ସିଲିଣ୍ଡର ଗ୍ୟାସ୍ , ହେଲେ କେଉଁଠି

add-all

ଜୟପୁର: ଗ୍ୟାସ୍‌ ଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ଦର ବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ରାଜସ୍ଥାନ ସରକାର ରାଜ୍ୟବାସୀଙ୍କୁ ଦେଇଛନ୍ତି ଖୁସି ଖବର। ଆସନ୍ତା ଏପ୍ରିଲରୁ ଗ୍ୟାସ ଦର କମାଇବା ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମାତ୍ର ୫୦୦ ଟଙ୍କାରେ ମିଳିବ ସିଲିଣ୍ଡର ଗ୍ୟାସ୍‌।

ହେଲେ ଏହି ସୁବିଧା କେବଳ ଦାରିଦ୍ର୍ୟ ସୀମାରେଖାତଳେ ରହୁଥିବା ହିତାଧିକାରୀଙ୍କୁ ମିଳିବ। ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କୁ ଏହି ସୁବଧା ମିଳିବ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି।

ବିଜେପିକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ମାସରେ ବଜେଟ୍ ପାଇଁ ପ୍ରସ୍ତୁତ ହେଉଛି। ବର୍ତ୍ତମାନ, ମୁଁ କେବଳ ଗୋଟିଏ କଥା କହିବାକୁ ଚାହୁଁଛି ଯେ, ଉଜ୍ଜ୍ୱଳା ଯୋଜନାରେ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଲପିଜି ସଂଯୋଗ ଏବଂ ଗ୍ୟାସ ଚୁଲା ଦେଉଛନ୍ତି । କିନ୍ତୁ ସିଲିଣ୍ଡର ଖାଲି ରହୁଛି। କାରଣ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୪୦ ଟଙ୍କା ଛୁଇଁଲାଣି।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ।

ad-week
Leave A Reply

Your email address will not be published.