ସ୍ବାଧୀନତା ସଂଗ୍ରାମରେ ବିଜେପିର କୁକୁର ବି ମରିନଥିଲା: ମଲ୍ଲିକାର୍ଜୁନ ଖଡଗେ

add-all

ନୂଆଦିଲ୍ଲୀ: ସ୍ବାଧୀନତା ସଂଗ୍ରାମରେ ବିଜେପିର କୁକୁର ବି ମରିନଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବିଜେପିକୁ ନେଇ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ, ଅନେକ କଂଗ୍ରେସ ନେତା ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନ ଦେଇଥିଲେ, କିନ୍ତୁ ବିଜେପି ଲୋକଙ୍କ ଘରୁ ସ୍ୱାଧୀନତା ସଂଗ୍ରାମରେ ଗୋଟିଏ ବି କୁକୁର ମରି ନଥିଲା।
କଂଗ୍ରେସ ସଭାପତି କହିଛନ୍ତି ଯେ, ଆମେ ଦେଶକୁ ସ୍ୱାଧୀନତା ଦେଇଥିଲୁ। ଇନ୍ଦିରା ଏବଂ ରାଜୀବ ଗାନ୍ଧୀ ଦେଶର ଏକତା ପାଇଁ ନିଜ ଜୀବନର ବଳିଦାନ ଦେଇଥିଲେ। ଆମର ଦଳର ନେତାମାନେ ସେମାନଙ୍କର ଜୀବନ ଦେଇ ଦେଶକୁ ସ୍ବାଧୀନତା ଦେଇଥିଲେ। ହେଲେ ବିଜେପି କ’ଣ କରିଥିଲା? ଆପଣଙ୍କ ଘରେ କେହି ବି ଦେଶ ପାଇଁ ମରିଛନ୍ତି କି? କେହି କିଛି ବଳିଦାନ ଦେଇଛନ୍ତି କି? ଗଲୱାନରେ ଆମର ୨୦ଜଣ ଯବାନ ସହିଦ ହୋଇଥିଲେ। ମୋଦୀଜୀ ଏବଂ ଚୀନ୍‌ର ସି ଜିନପିଙ୍ଗ ଏହି ପ୍ରସଙ୍ଗକୁ ନେଇ ୧୮ଥର ସାକ୍ଷାତ କଲେ ଏବଂ ଝୁଲାରେ ବସିଲେ। ଆପଣମାନେ ସାକ୍ଷାତ କରୁଛନ୍ତି, କିନ୍ତୁ ଆମେ ଆପଣଙ୍କୁ ଆଲୋଚନା କରିବାକୁ କହିଲେ ଆପଣ ଆଲୋଚନା କରୁନାହାନ୍ତି। ଆମକୁ ଓ ଦେଶକୁ ମଧ୍ୟ କୁହ, କ’ଣ ଘଟୁଛି, ସରକାର କ’ଣ କରୁଛନ୍ତି। ବାହାରେ ମୋଦୀଜୀ ସିଂହ ପରି କଥାବାର୍ତ୍ତା କରନ୍ତି, କିନ୍ତୁ ଚାଲନ୍ତି ମୂଷା ପରି।

ad-week
Leave A Reply

Your email address will not be published.