ଆସିଲା ସର୍ଭେ ଫଳାଫଳ; ୫୭.୫% ଉପଭୋକ୍ତା ଚହାଁନ୍ତି ଟ୍ଵିଟର ଛାଡ଼ନ୍ତୁ ଏଲନ୍‌ ମସ୍କ

add-all

ନୂଆଦିଲ୍ଲୀ: ଏଲନ୍‌ ମସ୍କ ଏବଂ ତାଙ୍କର ନୂତନ ସଂସ୍ଥା ଟ୍ଵିଟରକୁ ନେଇ ଆରମ୍ଭ ହୋଇଥିବା ଡ୍ରାମା ନିକଟ ଭବିଷ୍ୟତରେ ଶେଷ ହେଲାପରି ମନେ ହେଉ ନାହିଁ! ଟ୍ଵିଟରର ମାଲିକାନା ନିଜ ହାତକୁ ଆଣିବା ପରେ ମସ୍କ ନିଜର ଟ୍ଵିିଟର ହାଣ୍ଡେଲକୁ ଯାଇ ଉପଭୋକ୍ତାମାନଙ୍କୁ ପଚାରିଥିଲେ ଯେ ସେ କମ୍ପାନିର ମୁଖ୍ୟ ପଦରୁ ଇସ୍ତଫା ଦେବା ଉଚିତ କି ନୁହେଁ? ଏବଂ ‘ହଁ’/ ‘ନା’ ବିକଳ୍ପ ସହିତ ଏକ ମତାମତ ପୋଲ୍‌ ବା ସର୍ଭେ ସୃଷ୍ଟି କରି ଟ୍ଵିଟର ବ୍ୟବହାରଙ୍କୁ ମତଦାନ କରିବାକୁ କହିଥିଲେ।
ଏବେ ଏହି ମତଦାନ ଶେଷ ହୋଇଛି ଏବଂ ଫଳାଫଳ ଆସିଛି। ସର୍ଭେ ଅନୁଯାୟୀ, ଟ୍ଵିଟର ବ୍ୟବହାରକାରୀମାନେ ଚାହୁଁଛନ୍ତି ଯେ ମସ୍କ ଟ୍ଵିଟର ମୁଖ୍ୟ ପଦରୁ ଇସ୍ତଫା ଦିଅନ୍ତୁ। ପ୍ରାୟ ୫୭.୫ ପ୍ରତିଶତ ଟ୍ଵିଟର ଉପଭୋକ୍ତା ମସ୍କଙ୍କ ପଦ ଛାଡିବା ନେଇ ମତ ଦେଇଥିବା ବେଳେ ୪୨.୫ ପ୍ରତିଶତ ତଥାପି ଚାହୁଁଛନ୍ତି ଯେ ସେ କମ୍ପାନିର ମୁଖ୍ୟ ରୁହନ୍ତୁ। ୧.୭ କୋଟିରୁ ଅଧିକ ଟ୍ଵିଟର ଉପଭୋକ୍ତା ଏହି ସର୍ଭେରେ ସେମାନଙ୍କର ମତାମତ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପ୍ରଶ୍ନ ହେଉଛି – ମସ୍କ ପ୍ରକୃତରେ କମ୍ପାନିର ମୁଖ୍ୟ ପଦରୁ ଇସ୍ତଫା ଦେବେ ନା ନାହିଁ ? ନା’ ଏହି ସର୍ଭେ କେବଳ ପ୍ରଚାର ଉଦ୍ଦେଶ୍ୟରେ ଥିଲା? କେବଳ ମାତ୍ର ଆଗାମୀ ସମୟ ହିଁ ଏ କଥା ସ୍ପଷ୍ଟ କରିବ।

ad-week
Leave A Reply

Your email address will not be published.