ପାଞ୍ଚ ଦିନ ପରେ ମିଳିଲା ନୟାଗଡ଼ର ଅମ୍ରିତ ପାତ୍ରଙ୍କ ପତ୍ତା, କୁରାଳ ଗାଁର ସୁଣ୍ଢି ସାହିରୁ ବନ୍ଦ ଘର ଭିତରୁ ଉଦ୍ଧାର

add-all

ନୟାଗଡ: ଉଦ୍ଧାର ହେଲା ନିଖୋଜ ଅମ୍ରିତ। ପାଞ୍ଚ ଦିନ ପରେ ମିଳିଲା ନୟାଗଡ଼ର ଅମ୍ରିତ ପାତ୍ରଙ୍କ ପତ୍ତା। କୁରାଳ ଗାଁର ଶୁଣ୍ଢି ସାହିର ଟୁକୁ ପଣ୍ଡାଙ୍କ ବନ୍ଦ ଘର ଭିତରୁ ଉଦ୍ଧାର କରାଯାଇଛି। ତାଲା ଭାଙ୍ଗି ଘର ଭିତରୁ ଅମ୍ରିତକୁ ବାହାର କରିଛନ୍ତି ଗ୍ରାମବାସୀ। ଅମ୍ରିତଙ୍କୁ ଉଦ୍ଧାର ପରେ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ। ଏହାପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲକୁ ନେଇଥିଲା ପୋଲିସ। ସେ ଏବେ ସୁସ୍ଥ ଅଛନ୍ତି ।

ଅମ୍ରିତଙ୍କ ବାପା କହିଛନ୍ତି, ତାଙ୍କ ପରିବାର ପ୍ରତି ବିପଦ ରହିଛି । ଗତ ୧୫ ତାରିଖରେ ଟିଉସନ୍‌ରୁ ଫେରୁଥିବାବେଳେ ନିଖୋଜ ହୋଇଯାଇଥିଲେ କୁରାଳ ଗାଁର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର । ଅମି୍ରତକୁ ଅପହରଣ କରାଯାଇଥିବା ସନ୍ଦେହ କରି ପରିବାରଲୋକେ CBI ତଦନ୍ତ ପାଇଁ ଦାବି କରିଥିଲେ।

ପୋଲିସ ନିଖୋଜ ରହସ୍ୟର ତଦନ୍ତ ଜାରି ରଖିଥିବାବେଳେ ଏବେ ଅନେକ ପ୍ରଶ୍ନ ଉଙ୍କି ମାରିଛି। ଅମ୍ରିତଙ୍କୁ ଅପହରଣ କରାଯାଇଥିଲା କି? ତାଙ୍କୁ ଘରେ କିଏ ତାଲା ପକାଇଥିଲେ ? ଟୁକୁ ପଣ୍ଡାଙ୍କ ଘର ଭିତରକୁ ଅମ୍ରିତ ଗଲେ କେମିତି ?ସେହି ଘରେ ଅମ୍ରିତ ଥିବା ଗ୍ରାମବାସୀ ଜାଣିଲେ କେମିତି ? ଅମ୍ରିତଙ୍କୁ ଘର ଭିତରକୁ ନେଲା କିଏ? ପଚରାଉଚରା ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.