୫ ବର୍ଷ ପରେ ଶରୀରରୁ ବାହାରିଲା ଗୁଳି

add-all

ରାଜନଗର: ୫ ବର୍ଷ ପରେ ଶରୀରରୁ ବାହାରିଲା ଗୁଳି । ଆଶ୍ଚର୍ଯ୍ୟର କଥା ହାତ ଗୁଳି ବିଦ୍ଧ ହୋଇ ରହିଥିବା ନେଇ ସମ୍ପୃକ୍ତ ବ୍ୟକ୍ତି ଜାଣି ନଥିଲେ । କଟକ ବଡ଼ ମେଡିକାଲରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗାଁର ବିଚିତ୍ର ମଲ୍ଲିକଙ୍କ ବାମ ହାତରୁ ଗୁଳି କଢାଯାଇଛି। ୨୦୧୭ ମସିହାରେ ସେପ୍ଟେମ୍ବର ୨୨ ତାରିଖ ରାତିରେ ଦୁଇ ଦୁର୍ବତ୍ତ ବିଚିତ୍ରଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ପଛପଟୁ ଗୁଳିମାଡ ହୋଇଥିଲା। ଗୁଳିଟି ପେଟରେ ଚିରି ବାହାରିଥିଲା। କିନ୍ତୁ ବିଚିତ୍ର ଭାଗ୍ୟବାନ ଥିଲେ। ଗୁଳିମାଡରୁ ବଂଚି ଯାଇଥିଲେ। ସେ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲା ବିଚିତ୍ର। କିନ୍ତୁ ସେ ଜାଣି ନଥିଲେ ତାଙ୍କ ବାମ ହାତରେ ଗୁଳିମାଡ ହୋଇଛି ବୋଲି। ଚିକିତ୍ସିତ ହେବା ପରେ ସ୍ୱାଭାବିକ ଭାବେ ରହୁଥିଲେ ବିଚିତ୍ର।

କିଛି ଦିନ ହେବ ତାଙ୍କ ହାତ ଫୁଲିବା ସହ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କୁ ଦେଖାଇଥିଲେ। ହାତର ଏକ୍‌ସରେ ବାହାର କରିବା ପରେ ଜଣା ପଡିଲା ବାମ ହାତରେ ଗୁଳିଟି ରହିଛି । ଏହା ପରେ ବିଚିତ୍ରଙ୍କ ଅସ୍ତ୍ରପଚାର କରାଯାଇ ଗୁଳି କଢାଯାଇଛି। …୫ ବର୍ଷ ତଳର ଗୁଳି ବାହାରିବ ସହ ସେ ସମୟର ଗୁଳିକାଣ୍ଡ ଘଟଣା ପୁଣି ଚର୍ଚ୍ଚାକୁ ଆସିଛି। ଅଜୟ ଡାଙ୍ଗୁଆ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଫାଇନାନ୍‌ସ ମାଧ୍ୟରେ ଗୋଟିଏ ଗାଡି ନେଇଥିଲେ ବିଚିତ୍ର। କିନ୍ତୁ ଠିକ୍‌ ସମୟରେ କିସ୍ତି ନ ଦେବାରୁ ଅଜୟ-ବିଚିତ୍ରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଅଜୟ ଡାଙ୍ଗ ତାଙ୍କ ସହଯୋଗୀଙ୍କ ସହ ମିଶି ବିଚିତ୍ରଙ୍କୁ ଗୁଳି କରିଥିବା ନେଇ ସେ ସମୟରେ ଅଭିଯୋଗ ହୋଇଥିଲା।ଏବେ ୫ ବର୍ଷ ତଳର ଗୁଳି ବିଚିତ୍ରଙ୍କ ଶରୀରରୁ ବାହାରିଛି।

ad-week
Leave A Reply

Your email address will not be published.