ଫିଫା ବିଶ୍ବକପ୍‌ ୨୦୨୨: ଗତ ୨୫ ବର୍ଷ ଭିତରେ ଗୁଗୁଲ୍‌ରେ ସବୁଠାରୁ ଅଧିକ ସର୍ଚ ହୋଇଥିବା କହିଲେ ପିଚାଇ

add-all

ନୂଆଦିଲ୍ଲୀ: କତାରରେ ହୋଇଥିବା ଫିଫା ବିଶ୍ବକପ୍‌ ୨୦୨୨ ନିକଟ ଅତୀତରେ ବେଶ୍‌ ଚର୍ଚ୍ଚା ପାଲଟିଥିବା ବେଳେ ଏହାକୁ ନେଇ ଏକ ତଥ୍ୟ ପ୍ରଦାନ କରିଛନ୍ତି ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ।

ପିଚାଇ ଏକ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଯେ ଗତ ୨୫ ବର୍ଷ ମଧ୍ୟରେ ଚଳିତବର୍ଷ ଗୁଗୁଲ୍‌ରେ ସବୁଠାରୁ ଅଧିକ ଫିଫା ବିଶ୍ବକପ୍‌ ସଂପର୍କରେ ସର୍ଚ୍ଚ କରାଯାଇଛି। ଫ୍ରାନ୍ସଠାରୁ ଆର୍ଜେଣ୍ଟିାନା ବିଜୟ କରିବା ପରେ ସେ ଟ୍ବିଟ୍‌ କରି କହିଛନ୍ତି ଯେ ଏଥର ଫିଫା ବିଶ୍ବକପ୍‌ ସମୟରେ ଗତ ୨୫ ବର୍ଷ ଭିତରେ ଗୁଗୁଲ୍‌ ସବୁଠାରୁ ଅଧିକ ଟ୍ରାଫିକ୍‌ ରେକର୍ଡ କରିଛି। ରବିବାର ରାତିରେ ଫିଫା ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ କାଳରେ ଗୁଗୁଲ୍‌ରେ ସବୁଠାରୁ ଅଧିକ ଟ୍ରାଫିକ୍‌ ଜାମ୍‌ ହୋଇଥିବା ପିଚାଇ ସୂଚନା ଦେଇଛନ୍ତି।
ସୋମବାର ସେ ଟ୍ବଟ୍‌ କରି ସୂଚନା ଦେଇଛନ୍ତି ଯେ ପୂରା ବିଶ୍ବ ଗୋଟାଏ ବିଷୟରେ ହିଁ ଏକା ବିଷୟ‌ରେ ସର୍ଚ୍ଚ କରିଥିବାରୁ ଏପରି ଘଟିଥିଲା। ଏହି ଟ୍ବିଟ୍‌ଟି ଫୁଟ୍‌ବଲ୍‌ ଖେଳାଳିମାନଙ୍କ ମଧ୍ୟରେ ପ୍ରଘଟ ହୋଇଯିବାକୁ ଆଦୌ ସମୟ ଲାଗିନଥିଲା। ପିଚାଇ ଟ୍ବିଟ୍‌ କରୁ କରୁ ହିଁ ଟ୍ବିଟ୍‌ଟି ଚ‌ାରିଆଡ଼େ ବ୍ୟାପି ଯାଇଥିଲା।

ଉଲ୍ଲେଖଯୋଗ୍ୟ, ରବିବାର ମେଗା ଫାଇନାଲ୍‌ରେ ଆର୍ଜେଣ୍ଟିନା ତୃତୀୟ ବିଶ୍ବକପ୍‌ ଟାଇଟଲ ଜିତିଛି। ଏଥି ସହିତ ୩୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି। ଲୁସାଇଲ୍‌ ଆଇକନିକ ଷ୍ଟାଡିୟମ୍‌ରେ ଖେଳାଯାଇଥିବା କଡ଼ା ପ୍ରତିଦ୍ବନ୍ଦ୍ବିତା ଭରା ତଥା ରୋମାଞ୍ଚକର ମ୍ୟାଚ୍‌ରେ ଗତବର୍ଷର କୋପା ଆମେରିକା ବିଜେତା ଆର୍ଜେଣ୍ଟିନା ୪-୨ (୩-୩) ସୁଟ୍‌ଆଉଟ୍‌ରେ ଗତଥର ବିଶ୍ବ ବିଜେତା ଫ୍ରାନ୍ସକୁ ପରାସ୍ତ କରି ଜୁଲସ ରିମେଟ ଟ୍ରଫି ଜିତିଛି।

ad-week
Leave A Reply

Your email address will not be published.