ଆମେ ଛୋଟଛୁଆ ହୋଇକି ନାହେଁ, ୧୩୫ କୋଟି ଲୋକ ଆମକୁ ଦେଖି ହସୁଛନ୍ତି: ଧନଖଡ଼

add-all

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ‘କୁକୁର’ ବିବୃତ୍ତିକୁ ନେଇ ସଂସଦରେ ହଙ୍ଗାମା ଜାରି ରହିଛି | ଏହି ବିବାଦୀୟ ବିବୃତ୍ତିକୁ ନେଇ ବିଜେପି ସାଂସଦମାନେ ଦାବି କରିଛନ୍ତି ଯେ ଖଡ଼ଗେ କ୍ଷମା ମାଗନ୍ତୁ। ଅନ୍ୟପକ୍ଷରେ ଖଡ଼ଗେ କ୍ଷମା ମାଗିବେନି ବୋଲି ସଫା ସଫା ଶୁଣାଇଦେଇଛନ୍ତି | ବିଜେପି ସାଂସଦମାନେ ଏହାକୁ ବିରୋଧ କରିଥିଲେ, ଯେଉଁଥିପାଇଁ ହଙ୍ଗାମା ଆରମ୍ଭ ହୋଇଥିଲା। ଏହାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରାଗିଯାଇଛନ୍ତି | ହଙ୍ଗାମା କରୁଥିବା ସାଂସଦମାନଙ୍କ ଉଦ୍ଦେଶ୍ୟରେ ଧନଖଡ଼ କହିଛନ୍ତି ଯେ ଏହା ଭୁଲ କରୁଛ |

ସେ କହିଛନ୍ତି, “ଯେଉଁଭଳି ଭାବରେ ହଙ୍ଗାମା କରୁଛନ୍ତି, ତାହା ଭୁଲ । ହଙ୍ଗାମା ସୃଷ୍ଟି କରି ଆମେ ଏକ ଭୁଲ ଉଦାହରଣ ସୃଷ୍ଟି କରୁଛୁ। ଆମେ ପିଲା ହୋଇକି ନାହେଁ, ୧୩୫ କୋଟି ଲୋକ ଆମକୁ ଦେଖି ହସୁଥିବେ।” ସେ କହିଛନ୍ତି ଯେ ଏଭଳି ହଂଗାମା ଯୋଗୁଁ ଗୃହର ସମ୍ମାନ ହ୍ରାସ ପାଉଛି। ସାଂସଦମାନଙ୍କ ଭାବମୂର୍ତ୍ତି ମଧ୍ୟ କ୍ଷୁର୍ଣ୍ଣ ହେଉଛି | ବାହାରେ ଲୋକମାନେ ଏହାକୁ ଦେଖି ହସୁଛନ୍ତି | ଧନଖଡ଼ ରାଗିଯାଇ କହିଛନ୍ତି, “୧୩୫ କୋଟି ଲୋକ ଆମକୁ ଦେଖି ହସୁଥିବେ | ସେମାନେ ନିଶ୍ଚୟ ଭାବି ଆଶ୍ଚର୍ଯ୍ୟ ହୋଇଯାଉଥିବେ | ଆମେ କେତେ ତଳକୁ ଖସିଯାଉଛେ’ |

ଉଲ୍ଲେଖ ଥାଉ କି ସ୍ବାଧୀନତା ସଂଗ୍ରାମରେ ବିଜେପିର କୁକୁର ବି ମରିନଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବିଜେପିକୁ ନେଇ ଏଭଳି ବିବାଦୀୟ ବୟାନ ଦେଇଥିଲେ। ସେ ଜୋର ଦେଇ କହିଥିଲେ ଯେ, ଅନେକ କଂଗ୍ରେସ ନେତା ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନ ଦେଇଥିଲେ, କିନ୍ତୁ ବିଜେପି ଲୋକଙ୍କ ଘରୁ ସ୍ୱାଧୀନତା ସଂଗ୍ରାମରେ ଗୋଟିଏ ବି କୁକୁର ମରି ନଥିଲା।

ad-week
Leave A Reply

Your email address will not be published.