ଭାରତଗସ୍ତ ସମୟରେ ଶାଢ଼ି ପିନ୍ଧିଲେ ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଖେଳାଳି

add-all

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ମ୍ୟାଚ ଖେଳା ଯାଇଥିଲା। ତେବେ ଏହି କ୍ରମରେ ଭାରତ ଆସିଥିବା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଜଣେ ଖେଳାଳି ଭାରତବାସୀଙ୍କ ହୃଦୟକୁ ଜିତି ଯାଇଛନ୍ତି। ସେ ଭାରତ ଗ୍ରସ୍ତ ସମୟରେ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହି ମହିଳା ଅଷ୍ଟ୍ରେଲୀୟ ଖେଳାଳିଙ୍କ ନାମ ଅମାନଡା ୱେଲିଙ୍ଗଟନ ବୋଲି ଜଣାପଡ଼ିଛି।

ଅମାନଡା ଶାଢ଼ି ପିନ୍ଧି ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଅମାନଡାଙ୍କ ଶାଢ଼ି ପିନ୍ଧା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏହି ଫଟୋ ପୋଷ୍ଟ କରି ଅମାନଡା ଲେଖିଥିଲେ, ‘ ମୁଁ ଶାଢ଼ି ପିନ୍ଧିଛି, ଏଥିରେ ଯଦି କିଛି ତ୍ରୁଟି ରହି ଯାଇଛି ଦୟାକରି ମୋତେ ଜଣାଇ ଦେବେ।’

ଗତ ଶନିବାର ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି ୨୦ ମ୍ୟାଚ ଖେଳା ଯାଇଥିଲା। ଏଥିରେ ଏଲିସ ପେରୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ ଭାରତୀୟ ଦଳକୁ ୭ରନରେ ପରାସ୍ତ କରିଥିଲା। ତେବେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୧୮୮ରନ କରିଥିଲା। ଏହାର ଜବାବରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଉଇକେଟ ହରାଇ ୧୮୧ ରନ କରିଥିଲା। ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଅଷ୍ଟ୍ରେଲିଆ ୩-୧ରେ ଆଗୁଆ ସିରିଜ ଜିତି ଯାଇଛି।

ad-week
Leave A Reply

Your email address will not be published.