ପରିବାର ଅଦାଲତରେ ବର୍ଷା ପ୍ରିୟଦର୍ଶିନୀଙ୍କ ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ, ଅଧିକ ଜେରା ପାଇଁ କୋର୍ଟକୁ ସମୟ ମାଗିଲେ ଅନୁଭବଙ୍କ ଓକିଲ

କଟକ : ପରିବାର ଅଦାଲତରେ ବର୍ଷା ପ୍ରିୟଦର୍ଶିନୀଙ୍କ ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ। ଶେଷ ହେଲା ବର୍ଷାଙ୍କ ଦ୍ୱିତୀୟ ଦିନ ଜେରା। ଆହୁରି ଅଧିକ ଜେରା ପାଇଁ କୋର୍ଟକୁ ପୁଣି ସମୟ ମାଗିଲେ ଅନୁଭବଙ୍କ ଓକିଲ। ବର୍ଷାଙ୍କୁ କେବଳ ଇଂରାଜୀରେ ଜେରା ପାଇଁ ଅନୁଭବଙ୍କ ପକ୍ଷରୁ ହୋଇଥିଲା ଏକ ପିଟିସନ। ଅନୁଭବଙ୍କ ଓକିଲ କୋର୍ଟକୁ କରିଥିବା ଆବେଦନକୁ ଖାରଜ କଲେ ପରିବାର ଅଦାଲତ।

କୋର୍ଟରେ ଉଭୟ ଓଡ଼ିଆ ଓ ଇଂରାଜୀରେ ଜେରା ହୋଇପାରିବ। ବର୍ଷା ସୁବିଧା ଅନୁଯାୟୀ ଭାଷା ବାଛିବାକୁ କୋର୍ଟ ଅନୁମତି ଦେଲେ। ସୋବାର ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଅଧା ରହିଥିଲା । ତେଣୁ ଆଜି ପୁଣି ବର୍ଷା ଅଦାଲତରେ ହାଜର ହୋଇ ଓ ତାଙ୍କ ସାକ୍ଷ୍ୟ ଗ୍ରହଣ ଜାରି ରଖିଥିଲେ ।

ad-week
Leave A Reply

Your email address will not be published.