ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ: ୭ ଦିନରେ ୩୬ ଲକ୍ଷ ମାମଲା ରେକର୍ଡ, ୧୦ ହଜାର ମୃତ୍ୟୁ

add-all

ଚୀନ ସମେତ ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଗତ ସପ୍ତାହେ ମଧ୍ୟରେ କରୋନା ସଂକମ୍ରଣ ନେଇ ୩୬ ଲକ୍ଷ କେସ୍‌ ସାମ୍ନାକୁ ଆସିଛି । ଗତ ୭ ଦିନରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଚୀନ ପରେ ଆମେରିକା, ଜାପାନ, ବ୍ରାଜିଲ, ଦକ୍ଷିଣ କୋରିଆ, ଜର୍ମାନୀ ଭଳି ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨୨,୫୭୮ ମାମଲା ଦେଖିବାକୁ ମିଳିଛି । ଜାପାନରେ ୭୨,୨୯୭, ଜର୍ମାନରେ ୫୫,୦୧୬, ବ୍ରାଜିଲରେ ୨୮,୫୭୯ ମାମଲା, ଦକ୍ଷିଣ କୋରିଆରେ ୨୬,୬୨୨ ମାମଲା ରେକର୍ଡ ହୋଇଛି । ପ୍ରତିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ଶହ ଶହ ମୃତ୍ୟୁବରଣ କରୁଛନ୍ତି ।

ବେଜିଂରେ କରୋନା ସଂକ୍ରମଣରେ ମୃତବ୍ୟକ୍ତିଙ୍କ ସତ୍କାର କାର୍ଯ୍ୟ ଅବିରତ ଭାବେ ଚାଲିଛି। ଶବାଗାରରେ କ୍ଷମତାଠାରୁ ବହୁ ଅଧିକ ଶବ ରଖାଯାଇଛି। ୨୪ ଘଣ୍ଟା କାର୍ଯ୍ୟ ଚାଲିଥିଲେ ମଧ୍ୟ ୨୦୦୦ ଶବ ସତ୍କାର ଅପେକ୍ଷାରେ ରହିଛି। ହସ୍ପିଟାଲରେ ଆକ୍ରାନ୍ତଙ୍କ ପାଇଁ ଜାଗା ନାହିଁ। ଶ୍ମଶାନରେ ସଂସ୍କାର କରିବାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ତେଣୁ ଶ୍ମଶାନ ଓ ଶବ ଘରେ ପଡ଼ିରହିଛି ଶହ ଶହ ମୃତଦେହ।

ଆଜି କରୋନା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଯଦିଓ ଦେଶରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି ତଥାପି ସତର୍କ ରହିବା ପାଇଁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଗତକାଲି ସତର୍କ ରହିବା ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ଏବେ ବି ବିଶ୍ୱରେ ସପ୍ତାହକୁ ୩୫ ଲକ୍ଷ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୫ଟି ଦେଶ ଜାପାନ, ଆମେରିକା, କୋରିଆ, ବ୍ରାଜିଲ୍ ଓ ଚୀନରେ କୋଭିଡର ଚତୁର୍ଥ ଲହର ଚାଲିଛି । ନୂଆ ଭାରିଆଣ୍ଟ ଚିହ୍ନଟ ପାଇଁ ଜିନୋମ୍ ସ୍ୱିକେନ୍ସିଂ ବୃଦ୍ଧି ଆବଶ୍ୟକ । ସ୍ଥାନୀୟସ୍ତରରେ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ପଜିଟିଭ୍ ନମୂନା ଗୁଡ଼ିକ ଜିନୋମ ସିକୁଏନସିଂ ଲ୍ୟାବ୍କୁ ଗୁରୁତ୍ୱ ସହକାରେ ପଠାଇବାକୁ ଚିଠିରେ କୁହାଯାଇଛି । ସମୟ ଥାଉ ଥାଉ ନୂଆ ଭାରିଆଣ୍ଟକୁ ଚିହ୍ନଟ କରାଯାଇ ପାରିଲେ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।

ad-week
Leave A Reply

Your email address will not be published.