ଜେଲ୍‌ରୁ ବାହାରିବେ ସିରିଏଲ୍‌ କିଲର ଚାର୍ଲ୍ସ ଶୋଭରାଜ! ୧୯ ବର୍ଷ ଧରି ନେପାଳର ଜେଲ୍‌ରେ ଅଛନ୍ତି ବନ୍ଦୀ

add-all

ନେପାଳର ସୁପ୍ରିମକୋର୍ଟ ଫ୍ରାନ୍ସର ସିରିଏଲ କିଲର ଚାର୍ଲ୍ସ ଶୋଭରାଜଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ଶୋଭରାଜଙ୍କ ବୟସ ଆଧାରରେ ତାଙ୍କୁ ମୁକ୍ତ କରାଯାଇଛି। ସେ ହତ୍ୟା ଅଭିଯୋଗରେ ୨୦୦୩ ମସିହାରୁ ନେପାଳର ଜେଲରେ ବନ୍ଦୀ ଅଛନ୍ତି। ମୁକ୍ତ ହେବାର ୧୫ ଦିନ ଭିତରେ କୋର୍ଟ ତାଙ୍କର ନିର୍ବାସନର ଆଦେଶ ମଧ୍ୟ ଦେଇଛନ୍ତି। ଶୋଭରାଜଙ୍କ ଉପରେ ଭାରତ, ଥାଇଲାଣ୍ଡ, ତୁର୍କୀ ଏବଂ ଇରାନରେ ୨୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ରହିଥିଲା।

୧୯୭୫ ମସିହାରେ ନେପାଳରେ ପ୍ରବେଶ କରିବା ପାଇଁ ଏକ ନକଲି ପାସପୋର୍ଟ ବ୍ୟବହାର କରିବା ଏବଂ ଦୁଇ ପର୍ଯ୍ୟଟକ, ଜଣେ ଆମେରିକୀୟ ନାଗରିକ କୋନି ଜୋ ବୋରୋଞ୍ଜିୟ ଓ ତାଙ୍କ ପ୍ରେମିକା କାନାଡାର ଲରେଣ୍ଟ କେରିୟରଙ୍କୁ ହତ୍ୟା କରିବା ନେଇ ଅଭିଯୋଗ ହୋଇଥିଲା। କହି ରଖୁଛୁ, ଚାର୍ଲ୍ସ ଶୋଭରାଜଙ୍କ ବାପା ଜଣେ ଭାରତୀୟ ହୋଇଥିବା ବେଳେ ତାଙ୍କ ମା’ ଭିଏତ୍‌ନାମର ବାସିନ୍ଦା।

ସେପ୍ଟେମ୍ବର ୧, ୨୦୦୩ରେ ଏକ ଖବରକାଗଜରେ ତାଙ୍କ ଫଟୋ ପ୍ରକାଶିତ ହେବା ପରେ ଶୋଭରାଜଙ୍କୁ ନେପାଳରେ ଏକ କେସିନୋ ବାହାରେ ଦେଖାଯାଇଥିଲା। ତାଙ୍କ ଗିରଫଦାରୀ ପରେ ପୋଲିସ ତାଙ୍କ ବିରୋଧରେ ୧୯୭୫ରେ କାଠମାଣ୍ଡୁ ଏବଂ ଭକ୍ତପୁରରେ ଦମ୍ପତିଙ୍କୁ ହତ୍ୟା ଅଭିଯୋଗରେ ଦୁଇଟି ପୃଥକ ମାମଲା ରୁଜୁ କରିଥିଲା।

ସେ କାଠମାଣ୍ଡୁର ସେଣ୍ଟ୍ରାଲ ଜେଲରେ ୨୧ ବର୍ଷର କାରାଦଣ୍ଡ ଭୋଗୁଛନ୍ତି। ଜଣେ ଆମେରିକୀୟ ନାଗରିକଙ୍କ ହତ୍ୟା ମାମଲାରେ ୨୦ ବର୍ଷ ଏବଂ ନକଲି ପାସପୋର୍ଟ ବ୍ୟବହାର କରିବା ପାଇଁ ଚାଲ୍ସ ଶୋଭରାଜଙ୍କୁ ୧ ବର୍ଷର ଦଣ୍ଡ ଶୁଣାଯାଇଥିଲା।

ad-week
Leave A Reply

Your email address will not be published.