କୋଭୋଭାକ୍ସକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ ଅନୁମତି ମାଗିଲା ସେରମ

add-all

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ଧୀରେଧୀରେ ବଢ଼ୁଥିବାରୁ ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଆଲର୍ଟରେ ରହିଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟ ବୁଷ୍ଟର ଡୋଜ୍‌ ସପକ୍ଷରେ ମତ ରଖିଛି। ଏସବୁ ଭିତରେ ସେରମ ଇନିଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କୋଭିଡ ଟିକା କୋଭୋଭାକ୍ସକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର ପାଇଁ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କରିଛି।

ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ଏହି ଟିକାକୁ ବୁଷ୍ଟର ଭାବେ ବ୍ୟବହାର କରାଯାଇ ପାରିବ। କୋଭିସିଲ୍ଡ ଓ କୋଭାକ୍ସିନର ଦୁଇଟି ଡୋଜ୍‌ ନେଇଥିବା ସମସ୍ତ ୧୮ ବର୍ଷର ଅଧିକ ବୟସ୍କ କୋଭୋଭାକ୍ସକୁ ବୁଷ୍ଟର ଭାବେ ନେଇପାରିବେ। ତେଣୁ ଡିସିଜିଆଇ ଏଥିପାଇଁ ଅନୁମତି ଦେଉ ବୋଲି ସେରମ ଅନୁରୋଧ କରିଛି।
କୋଭୋଭାକ୍ସ ହେଉଛନ୍ତି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମତ ହୋଇଥିବା ଟିକା। ଏହାକୁ ନୋଭୋଭାକ୍ସ ଆଇଏନସି ବିକଶିତ କରିଛି ଓ ସେରମ ଲାଇସେନ୍ସରେ ଏହା ଭାରତରେ ଉତ୍ପାଦନ ହେଉଛି।
ଡିସେମ୍ବର ୨୦୨୧ରେ କୋଭୋଭାକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇଥିଲା। ଏଥିସହ ଏହା ସୁରକ୍ଷିତ ଓ କରୋନା ବିରୋଧରେ ବେଶ ପ୍ରଭାବୀ ବୋଲି କହିଥିଲେ। ଏବେ ଯଦି ଡିସିଜିଆଇ ଏହାକୁ ଅନୁମତି ଦେବ, ତା’ହେଲେ ତତ୍କାଳ ଭାବେ ବୁଷ୍ଟର ଡୋଜ୍‌ ଭାବେ କୋଭୋଭାକ୍ସର ବ୍ୟବହାର ଭାରତରେ ଆରମ୍ଭ ହେବ।

ad-week
Leave A Reply

Your email address will not be published.