ଆଇପିଏଲ ଅକ୍ସନ: ହ୍ୟାରୀ ବ୍ରୁକଙ୍କୁ ୧୩.୨୫ କୋଟିରେ କିଣିଲା ହାଇଦ୍ରାବାଦ

add-all

କୋଚି: ଆଇପିଏଲର ୨୦୨୩ ସଂସ୍କରଣ ପାଇଁ ଆଜି ମିନି ଅକ୍ସନ ଆରମ୍ଭ ହୋଇଛି। ଏହି ଅକ୍ସନରେ ବର୍ତ୍ତମାନ ସୁଦ୍ଧା ଇଂଲଣ୍ତ ଟିମ୍‌ର ଯୁବ ବ୍ୟାଟର ହ୍ୟାରୀ ବ୍ରୁକ୍‌ଙ୍କ ଦବଦବା ଦେଖିବାକୁ ମିଳିଛି। ତାଙ୍କୁ ୧୩.୨୫ କୋଟି ଟଙ୍କା ଦେଇ ସନ ରାଇଜର୍ସ ହାଇଦ୍ରାବାଦ ନିଜ ସହ ସାମିଲ କରିଛି। ବ୍ରୁକଙ୍କ ବେସ୍‌ ପ୍ରାଇସ ୧.୫ କୋଟି ଟଙ୍କା ଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟ ବ୍ରୁକଙ୍କୁ କିଣିବା ପାଇଁ ଉଦ୍ୟମ କରିଥିଲେ। ହେଲେ ଏହି ଷ୍ଟାର ଇଂଲିଶ ବ୍ୟାଟରଙ୍କୁ ହାଇଦ୍ରାବାଦ କିଣିବାକୁ ସକ୍ଷମ ହୋଇଛି। ବ୍ରୁକ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି। ପାକିସ୍ତାନ ବିପକ୍ଷ ଟେଷ୍ଟ ଓ ଟି-୨୦ ବିଶ୍ୱକପରେ ସେ ନିଜର ଜଲୱା ଦେଖାଇଥିଲେ। ଖାସ ଏହି କାରଣ ପାଇଁ ତାଙ୍କୁ ହାଇଦ୍ରାବାଦ ନିଜ ସହ ସାମିଲ କରିଛି। ସେ ପ୍ରଥମଥର ପାଇଁ ୨୦୨୩ରେ ଆଇପିଏଲରେ ନଜର ଆସିବେ।

ଅନ୍ୟପକ୍ଷରେ ହାଇଦ୍ରାବାଦର ପୂର୍ବତନ ଅଧିନାୟକ କେନ ୱିଲିୟମସନଙ୍କୁ ଗୁଜରାଟ ଟାଇଟନ୍ସ ବେସ୍‌ ପ୍ରାଇସ ୨ କୋଟି ଟଙ୍କାରେ କିଣିଛି। ମୟଙ୍କ ଅଗ୍ରୱାଲଙ୍କୁ ହାଇଦ୍ରାବାଦ ୮.୨୫ କୋଟି ଟଙ୍କାରେ କିଣିଛି। ତାଙ୍କ ବେସ୍‌ ପ୍ରାଇସ ୧ କୋଟି ଟଙ୍କା ଥିଲା। ତାଙ୍କୁ ଅକ୍ସନରେ କିଣିବା ପାଇଁ ଚେନ୍ନାଇ ସୁପରକିଙ୍ଗସ ମଧ୍ୟ ଚେଷ୍ଟା କରିଥିଲା। ହେଲେ ହାଇଦ୍ରାବାଦ ୮.୨୫ କୋଟି ଟଙ୍କା ଦେଇ ମୟଙ୍କଙ୍କୁ ନିଜ ସହ ସାମିଲ କରିଛି।

ଅଜିଙ୍କ୍ୟ ରାହାଣେ ବେସ୍‌ ପ୍ରାଇସ ୫୦ ଲକ୍ଷରେ ଚେନ୍ନାଇ କ୍ୟାମ୍ପକୁ ଯାଇଛନ୍ତି। ଇଂଲଣ୍ଡର ଜୋ ରୁଟ ଓ ଦକ୍ଷିଣ ଆଫ୍ରିକାର ରିଲି ରୁସୋଙ୍କୁ କେହି ପ୍ରଥମ ପର୍ଯ୍ୟାୟରେ କିଣି ନାହାନ୍ତି। ରୁସୋଙ୍କ ବେସ୍‌ ପ୍ରାଇସ ୨ କୋଟି ଥିବା ବେଳେ ରୁଟ ନିଜର ଦାମ ୧ କୋଟି ଟଙ୍କା ରଖିଥିଲେ। ସାକିବ ଅଲ ହାସନଙ୍କୁ ମଧ୍ୟ କେହି କିଣି ନାହାନ୍ତି।

ad-week
Leave A Reply

Your email address will not be published.