ଘାଟିରୁ ଖସିଲା ଶ୍ରଦ୍ଧାଳୁଙ୍କ ଭ୍ୟାନ୍‌, ୮ ମୃତ…

add-all

ଚେନ୍ନାଇ: ଭୟଙ୍କର ସଡକ ଦୁର୍ଘଟଣା। ଠାକୁର ଦର୍ଶନ ହେଲା ଶେଷ ଦର୍ଶନ। ଏକା ସାଙ୍ଗେ ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ। କେରଳ-ତାମିଲନାଡୁ ସୀମାରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା।

ସୂଚନା ମୁତାବକ, ଆଜି ଭୋରୁ ତାମିଲନାଡୁ ଥେନି ଜିଲ୍ଲାର କୁମୁଲି ଘାଟିରେ ଏକ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ୪୦ ଫୁଟ ଗଭୀର ଖାଇକୁ ଖସି ପଡିଛି ଶ୍ରଦ୍ଧାଳୁଙ୍କ ଗାଡି। ଏଥିରେ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରତଙ୍କ ମଧ୍ୟରେ ଜଣେ ୯ ବର୍ଷୀୟ ପିଲା ମଧ୍ୟ ଅଛି।

ଭ୍ୟାନ୍‌ରେ ମୋଟ ୧୦ ଜଣ ଶ୍ରଦ୍ଧାଳୁ ଥିଲେ। ଏମାନେ ଅନ୍ଦିପଟ୍ଟି ନିକଟସ୍ଥ ସଂଗୁଗସୁଂଦରପୁରମ୍ ଗାଁର ବାସିନ୍ଦା। ତେବେ ଆୟପ୍ପା ସ୍ୱାମୀଙ୍କ ଦର୍ଶନ ସାରି ଘରକୁ ଫେରିବା ବେଳେ ତାଙ୍କ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। କୁମିଲି- କୁମ୍ବିନି ରାସ୍ତାରେ ପାନୀୟ ପାଣି ଯୋଗାଣ ପାଇଁ ଯାଇଥିବା ପାଇପ ଲାଇନରେ ଧକ୍କା ହୋଇ ୪୦ ଫୁଟ୍ ଖାଇକୁ ଓଲଟିପଡିଥିଲା ଭ୍ୟାନ୍।

ସୂଚନା ପାଇ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ କ୍ରେନ୍ ସାହାଯ୍ୟରେ ଘାଟି ତଳୁ ଉଦ୍ଧାର କରିଛି। ଗୁରୁତର ଦୁଇ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.