ପାକିସ୍ତାନ ସପକ୍ଷରେ ନାରା ଦେଇ ୫ ଯୁବକ ଗିରଫ…

add-all

ପାଟନା: ଭାରତରେ ରହି ପାକିସ୍ତାନ ଜିନ୍ଦାବାଦ ନାରା ଦେବା ୫ ଜଣ ଯୁବକଙ୍କୁ ମହଙ୍ଗା ପଡ଼ିଛି। ପାକିସ୍ତାନ ସପକ୍ଷରେ ନାରାବାଜୀ କରୁଥିବା ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ବିହାରର ଆରା ଜିଲ୍ଲାରୁ ୫ ଜଣ ଯୁବକଙ୍କୁ ଗିରଫ କରିଛି। ପୂରା ଘଟଣା ଭୋଜପୁରର ଚାନ୍ଦି ଗାଁରେ ଘଟିଛି।
ଏଠାରେ କିଛି ଯୁବକ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଜିତିବା ପରେ ଖୁସିରେ ନାଚି ଉଠିଥିଲେ। ଏହି ସେଲିବ୍ରେସନ ବେଳେ ସେମାନେ ଦେଶ ବିରୋଧୀ ନାରା ଦେଇଥିଲା। ଏଥିସହ ପାକିସ୍ତାନ ଜିନ୍ଦାବାଦ କହିଥିଲେ। ବ୍ଲୁ ଡ୍ରେସରେ ଥିବା ଜଣେ ବ୍ୟକ୍ତି ପୂରା ଘଟଣାର ଭିଡିଓ ଶୁଟିଂ କରିଥିଲା।
ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ଦୁଇ ଜଣ ଯୁବକ ହାତରେ ଟ୍ରଫି ଧରି ବିଜୟ ଶୋଭାଯାତ୍ରା କରୁଛନ୍ତି। ଏହି ଯାତ୍ରାରେ ସାମିଲ ଥିବା ଅନ୍ୟ ଯୁବକମାନେ ବିଭିନ୍ନ ପ୍ରକାରର ନାରାବାଜୀ କରିବା ସହ ପାକିସ୍ତାନ ଜିନ୍ଦାବାଦ କରୁଛନ୍ତି। ପାକିସ୍ତାନ ସପକ୍ଷରେ ଦେଉଥିବା ନାରାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି।
ଏଥିସହ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସେହିପରି ଗିରଫ ଯୁବକମାନଙ୍କୁ ଜେରା କରି କେଉଁ ପରିସ୍ଥିତିରେ ସେମାନେ ପାକିସ୍ତାନ ସପକ୍ଷରେ ନାରା ଦେଲେ, ସେକଥା ମଧ୍ୟ ଜାଣିବାକୁ ଉଦ୍ୟମ କରୁଛି।

ad-week
Leave A Reply

Your email address will not be published.