ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା: ମହାଲିଙ୍ଗ କଲେଜରୁ ରେଜିଷ୍ଟାର ଓ ମୃତକଙ୍କ ଘରୁ ନୋଟ୍‌ବୁକ୍‌ ଜବତ…

add-all

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁକୁ ନେଇ ସନ୍ଦେହ ବଢିଚାଲିଛି। ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହଛି ସେ ନେଇ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍‌ ଜାରି ରଖିଛନ୍ତି। ଗୋବିନ୍ଦର ମୃତ୍ୟୁ ନେଇ କ୍ରାଇମ୍‌ବ୍ରାଞ୍ଚ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରୁ ନାହିଁ। ଏହାରି ଭିତରେ କ୍ରାଇମବ୍ରାଞ୍ଚ ଟିମ୍ ଆଜି ମହାଲିଙ୍ଗ କଲେଜରୁ ଏକ ରେଜିଷ୍ଟାର ଏବଂ ମୃତକଙ୍କ ଘରୁ ଏକ ନୋଟ୍‌ବୁକ୍‌ ଜବତ କରିଛନ୍ତି।
ସୂଚନା ଅନୁସାରେ କ୍ରାଇମ୍‌ବ୍ରାଞ୍ଚର ଟିମ୍‌ ଆଜି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ଆଞ୍ଚଳିକ କଲେଜକୁ ଯାଇଥିଲେ। ମହାଲିଙ୍ଗ କଲେଜରୁ କ୍ରାଇମ୍‌ବ୍ରାଞ୍ଚର ଟିମ୍‌ କଲେଜ ରେଜିଷ୍ଟାର ଜବତ କରିଛନ୍ତି। ଏହି ରେଜିଷ୍ଟାରରେ ମୃତ ଗୋବିନ୍ଦଙ୍କ ଦସ୍ତଖତ ଥାଇପାରେ ବୋଲି ଆଶା କରାଯାଉଛି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ କଲେଜର କର୍ମଚାରୀ ତଥା ସଚିବ କିରଣ କୁମାର ସିଂହ ଓ କିରାଣୀ ଯଶୋବନ୍ତ ବାଘଙ୍କୁ ପଚରାଉଚରା କରିଛନ୍ତି।

ସେହିପରି କ୍ରାଇମବ୍ରାଞ୍ଚ ଟିମ୍‌ ଗୋବିନ୍ଦଙ୍କ ଘରକୁ ତଦନ୍ତ ପାଇଁ ଯାଇଥିଲେ। ତଦନ୍ତ ସମୟରେ ସେମାନେ ଏକ ନୋଟ୍‌ବୁକ୍‌ ଜବତ କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗୋବିନ୍ଦଙ୍କ ସ୍ତ୍ରୀ ସୁଷମା ସାହୁ ଏବଂ ଝିଅଙ୍କୁ ପଚରାଉଚରା କରିଥିଲେ। ସେହିପରି ମହାଲିଙ୍ଗ ଗାଁର ସନ୍ତୋଷ ସାହୁ ଏବଂ ତାରିଣୀ ସାହୁଙ୍କୁ ପଚରାଉଚରା କରିଥିଲେ।

ad-week
Leave A Reply

Your email address will not be published.