ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ…

add-all

ବ୍ରହ୍ମପୁର : ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ୨୮ ତାରିଖ ଯାଏ ଏହି ମହୋତ୍ସବ ଚାଲିବ। ଏହି ମହୋତ୍ସବରେ ବଲିଉଡ ଓଲିଉଡ କଳାକାରଙ୍କର ସମାଗମ ହୋଇଥାଏ। କରୋନାର ଦୁଇ ବର୍ଷ ପରେ ଆୟୋଜନ ହୋଇଥିବାରୁ ପ୍ରବଳ ଭିଡ଼ ହୋଇପାରେ। ଭିଡ଼ ନିୟନ୍ତ୍ରଣ ପାଇଁ ୪୦ଟି ସିସିଟିଭି କ୍ୟାମେରା ସହ ମେଳା ମଝିରେ ଓ୍ୱାଚ୍ ଟାଓ୍ୱାର ରହିବ। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ସହ ବରିଷ୍ଠ ପୁଲିସ୍ ଅଧିକାରୀ ମୁତୟନ ରହିବେ ବୋଲି କହିଛନ୍ତି ବ୍ରହ୍ମପୁର ଏସପି।

ଚଳିତ ଥର ୨୫୦ଟି ଷ୍ଟଲ ଖୋଲିବା ସହ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ତେବେ କରୋନାର ସତର୍କତା ନେଇ ନିର୍ଦ୍ଦେଶ ଆସିବା ପରେ ମହୋତ୍ସବ ପାଳନ ନେଇ ଆଶଙ୍କା ଦେଖାଦେଇଛି। ସେପଟେ ପ୍ରବଳ ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ad-week
Leave A Reply

Your email address will not be published.