ମନ୍‌ କି ବାତ୍‌ରେ କରୋନା ଲାଗି ମୋଦି ଦେଲେ ପରାମର୍ଶ…

add-all

ନୂଆଦିଲ୍ଲୀ: ଆୟୁର୍ବେଦ ମନ୍ତ୍ର ଦେଲେ ମୋଦି । ପ୍ରତିଦିନ ଜୀବନରେ ବ୍ୟବହାର କରନ୍ତୁ ଆୟୁର୍ବେଦ। ନିଇତି ଆୟୁର୍ବେଦ ବ୍ୟବହାର କରିବା ଦ୍ୱାରା ଆମେ ରୋଗ ମୁକ୍ତ ହୋଇପାରିବା ବୋଲି ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୁମ୍ବାଇର ‘ଟାଟା ମେମୋରିଆଲ୍ ସେଣ୍ଟର୍‌’ର ଗବେଷଣା କେନ୍ଦ୍ର ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଆନନ୍ଦିତ ଯେ, ପ୍ରମାଣ-ଭିତ୍ତିକ ଔଷଧ ଯୁଗରେ ଯୋଗ ଓ ଆୟୁର୍ବେଦ ମଧ୍ୟ ଫଳପ୍ରଦ ପ୍ରମାଣିତ ହୋଇଛି। ଏହି କେନ୍ଦ୍ର କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ, ସ୍ତନ କର୍କଟ ରୋଗାକ୍ରାନ୍ତଙ୍କ କ୍ଷେତ୍ରରେ ଯୋଗ ଫଳପ୍ରଦ ହେଉଛି।
କେନ୍ଦ୍ର କହିବା ଅନୁସାରେ, ଏହି ରୋଗରୁ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ନିୟମିତ ଯୋଗାଭ୍ୟାସ କରୁଥିବା ରୋଗୀଙ୍କଠାରେ ଏହି ରୋଗ ପୁଣି ଦେଖା ଦେବାର ଆଶଙ୍କା ୧୫% ହ୍ରାସ ପାଇଛି। ତେଣୁ, ଦୈନନ୍ଦିନ ଜୀବନରେ ଆୟୁର୍ବେଦ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି। କେବଳ ସେତିକି ନୁହେଁ ଆୟୁର୍ବେଦ ଦ୍ୱାରା କରୋନାକୁ ମଧ୍ୟ ମାତ୍ ଦେଇ ହେବ ବୋଲି ସେ କହିଛନ୍ତି।

ଏହାଛଡ଼ା, ଅନେକ ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ବିଷୟ ଉଲ୍ଲେଖ କରିଛନ୍ତି। ଏଥି ସହିତ ସୁରକ୍ଷିତ ରହିବା ଲାଗି ସତର୍କତା ଅବଲମ୍ବନ କରିବା ଲାଗି ମୋଦି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବିଶ୍ୱର ଅନେକ ଦେଶରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଆମେ ସତର୍କ ରହିବା ଆବଶ୍ୟକ ଏବଂ ମାସ୍କ ପିନ୍ଧିବା ସହ ହାତ ଧୋଇବା ଉଚିତ ବୋଲି କହିଛନ୍ତି ମୋଦି।

ad-week
Leave A Reply

Your email address will not be published.