ଯାତ୍ରୀଙ୍କ ପାଇଁ ଏୟାରଇଣ୍ଡିଆର ବଡ ଘୋଷଣା: ବିନା କୌଣସି ଅତିରିକ୍ତ ଦେୟରେ ବାତିଲ କରିପାରିବେ ବିମାନ ଯାତ୍ରା 

add-all

ନୂଆଦିଲ୍ଲୀ: ଘନ କୁହୁଡ଼ି ଯୋଗୁଁ ଏବେ ବିମାନଯାତ୍ରା ପ୍ରଭାବିତ ହେବାରେ ଲାଗିଛି | ଉତ୍ତରଭାରତର ଅଧିକାଂଶ ବିମାନବନ୍ଦର ବିଶେଷ କରି ଦିଲ୍ଲୀ ବିମାନବନ୍ଦରରେ ବିମାନ ସେବା ବିଶେଷ ପ୍ରଭାବିତ ହୋଇଛି | ଆଉ ଯାତ୍ରୀମାନଙ୍କ ସମସ୍ୟାକୁ ଦେଖି ଏୟାର ଇଣ୍ଡିଆ ‘ଫୋଗକେୟାର’ ନାମକ ଯୋଜନା ଲଞ୍ଚ କରିଛି। ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଏହି ଯୋଜନା ଅଧୀନରେ ସକ୍ରିୟ ଭାବେ ଯାତ୍ରୀମାନଙ୍କ ସହିତ ଯୋଗାଯୋଗ କରାଯିବ ଏବଂ ସେମାନେ ବିନା କୌଣସି ଅତିରିକ୍ତ ଦେୟ ବିନା ପ୍ରଭାବିତ ବିମାନର ପୁନଃନିର୍ଦ୍ଧାରଣ କିମ୍ବା ବାତିଲ କରିବାର ବିକଳ୍ପ ଦେବ |

ଟାଟା ଗ୍ରୁପ୍ ମାଲିକାନା ବିମାନ କମ୍ପାନୀ ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀଙ୍କୁ କୁହୁଡି ପାଇଁ ଉପୁଜୁଥିବା ସମସ୍ୟାରୁ ମୁକ୍ତି ଦେବା ପାଇଁ ‘ଫୋଗକେୟାର’ ପଦକ୍ଷେପ ଆରମ୍ଭ କରିଛି। ପ୍ରାରମ୍ଭିକ ଭାବେ ଦିଲ୍ଲୀ ବିମାନ ବନ୍ଦରରେ ଏହା ଆରମ୍ଭ ହେବାକୁ ଥିବାବେଳେ ବିମାନ ଉଡ଼ାଣ ପାଇଁ ଫୋଗ କେୟାର ବ୍ୟବହାର ହେବ | ମିଳିଥିବା ସୂଚନା ମୁତାବକ ଯାତ୍ରୀଙ୍କ ନିକଟରେ ସକ୍ରିୟ ଭାବରେ ପହଞ୍ଚିବା ସହ ଯାହାର ବିମାନ ପ୍ରଭାବିତ ହୋଇଛି ଏବଂ କୁହୁଡ଼ି ସମୟରେ ବାତିଲ ହେବାର ସମ୍ଭାବନା ରହିଛି ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଏୟାର ଇଣ୍ଡିଆ କହିଛି ଯେ ଏଭଳି ଯାତ୍ରୀମାନେ ବିମାନ ବନ୍ଦରକୁ ଯାତ୍ରା କରିବେ କି ନାହିଁ ତାହା ସ୍ଥିର କରିପାରିବେ ଏବଂ ଦୀର୍ଘ ସମୟ ଧରି ଅପେକ୍ଷା କରିବାର ଆବଶ୍ୟକତା ରହିବ ନାହିଁ |

‘ଫୋଗ୍ କେୟାର୍’ ଅଧୀନରେ ଯାତ୍ରୀମାନେ ବିନା କୌଣସି ଅତିରିକ୍ତ ଦେୟରେ ସେମାନଙ୍କର ପ୍ରଭାବିତ ବିମାନଗୁଡ଼ିକୁ ପୁନଃ ନିର୍ଦ୍ଧାରଣ କିମ୍ବା ବାତିଲ କରିବାର ବିକଳ୍ପ ପାଇବେ | ଏହାଦ୍ୱାରା ବିମାନବନ୍ଦରଗୁଡ଼ିକୁ ମଧ୍ୟ ଅଯଥାରେ ଭିଡ଼ ହେବ ନାହିଁ |

ad-week
Leave A Reply

Your email address will not be published.