
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ୧୯୯୨-୯୪ ବ୍ଯାଚ +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମା ସଙ୍କୁଳାଈ ପୀଠସ୍ଥ କଲ୍ଯାଣୀ ମଣ୍ଡପ ଠାରେ ଏକତ୍ରୀକରଣ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ପିତାମ୍ବର ଗୌଡଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପିପୁଲ୍ସ କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶ, ଅଧ୍ୟାପକ ହରିକୃଷ୍ଣ ନାୟକ, ଅବସରପ୍ରାପ୍ତ ଅଧ୍ଯାପକ ପ୍ରଶାନ୍ତ କୁମାର ମହାପାତ୍ର ବୃନ୍ଦାବନ ନାୟକ, ଅଧ୍ୟାପିକା ସୁଚିତ୍ରା ପଟ୍ଟନାୟକ , ଅବସର ପ୍ରାପ୍ତ ଡେମୋନଷ୍ଟେଟର୍ ଭଗବାନ ସ୍ବାଇଁ ଓ ବଜେନ୍ଦ୍ର ଉପାଧ୍ଯାୟ , ନରହରି ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉକ୍ତ ପ୍ରାକ୍ତନ ଛାତ୍ର ସଂଘର ଆବାହକ କୁଞ୍ଜ ବିହାରୀ ପ୍ରଧାନ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ସମ୍ପାଦିକା ସୁନୀତା ହୋତା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିସହ ପ୍ରାକ୍ତନ ଛାତ୍ରଛାତ୍ରୀ ସ୍ବ ସ୍ବ ପରିଚୟ ପ୍ରଦାନ ସାଙ୍ଗକୁ ଅଧ୍ଯୟନ କାଳର ଅନୁଭୂତି ପ୍ରକାଶ କରିଥିଲେ। ଏ ଅବସରରେ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ନିମନ୍ତ୍ରିତ ଗୁରୁଗଣଙ୍କୁ ଫୁଲ ଓ ଚନ୍ଦନ ଦେଇ ଆନ୍ତରିକ ସ୍ବାଗତ ସହ ମାନପତ୍ର, ଉପଢୌକନ ଓ ଉପହାର ଅର୍ପଣ ପୂର୍ବକ ଭବ୍ଯ ସମ୍ବର୍ଦ୍ଧନା ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଫଳତଃ, ଗୁରୁଗଣ ସେମାନଙ୍କ ବକ୍ତବ୍ୟ ଅବସରରେ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଉତ୍ତୋରତର ଉନ୍ନତି କାମନା ସହ ସୁବ୍ୟବସ୍ଥିତ ଢଙ୍ଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଅନ୍ଯପକ୍ଷରେ, ପ୍ରାକ୍ତନ ଛାତ୍ର ସଂଘ ପକ୍ଷରୁ ମୋ କଲେଜ ଅଭିଯାନ ପାଣ୍ଠିର ଅଭିବୃଦ୍ଧିରେ ସହାୟତା ପ୍ରଦାନ ଘୋଷଣା କରାଯାଇଥିଲା । ଦୀର୍ଘ ୨୮ ବର୍ଷ ପରେ ଏଭଳି ଏକ କାର୍ଯ୍ୟକ୍ରମର ସଫଳ ରୂପାୟନ ଚିର ନମସ୍ଯ ଗୁରୁମାନଙ୍କ ଉପସ୍ଥିତି ଯୋଗୁଁ ହୋଇପାରିଲା ବୋଲି ମତବ୍ୟକ୍ତ କରି ପ୍ରାକ୍ତନ ଛାତ୍ର ସୁରେନ୍ଦ୍ର ଜେନା ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।