୨୦ ଦିନରେ ୨୫୦ ନିୟୁତ ନୂତନ ସଂକ୍ରମଣ ହୋଇଥିବା ପ୍ରଘଟ ହେବାରୁ ଦୈନିକ କୋଭିଡ୍‌ ଗଣନା ପ୍ରକାଶନ ବନ୍ଦ କରିବ ଚୀନ୍‌…

add-all

ବେଜିଙ୍ଗ୍‌: ମାତ୍ର ୨୦ ଦିନରେ ୨୫୦ ନିୟୁତ ସଦ୍ୟ ସଂକ୍ରମଣ ହୋଇଥିବା କଥା ‘ଲିକ୍‌’ ହୋଇଥିବା କାଗଜପତ୍ରରୁ ପ୍ରଘଟ ହୋଇଯିବା ପରେ ଦୈନିକ କୋଭିଡ୍‌ ଗଣନା ପ୍ରକାଶନ ବନ୍ଦ ରଖିବାକୁ ଚୀନ୍‌ ଘୋଷଣା କରିଛି ବୋଲି କୁହାଯାଉଛି।

ଗତ ୩ ବର୍ଷରୁ ଅଧିକ କାଳ ହେବ ଦେଶର ଦୈନିକ କୋଭିଡ୍‌-୧୯ ସଂକ୍ରମଣ ମାମଲା ପ୍ରକାଶ କରୁଥିବା ଚୀନ୍‌ର ‘ନ୍ୟାସ୍‌ନାଲ୍‌ ହେଲ୍‌ଥ୍‌ କମିସନ୍’ ଆଜିଠାରୁ ଆଉ ସେଭଳି ତଥ୍ୟ ପ୍ରକାଶ କରିବ ନାହିଁ ବୋଲି କହିଛି।
ଏହି ଧାରାର ପରିବର୍ତ୍ତନର କାରଣ ଅଥବା କେତେ ଦିନ ଅନ୍ତରରେ ସଂକ୍ରମଣ ମାମଲା ପ୍ରକାଶ କରାଯିବ, ତାହା ନଦର୍ଶାଇ ‘ନ୍ୟାସ୍‌ନାଲ୍‌ ହେଲ୍‌ଥ୍‌ କମିସନ୍’ ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଉଲ୍ଳେଖ କରିଛି, ରେଫରେନ୍ସ୍‌ ଓ ରିସର୍ଚ ଲାଗି ସଠିକ କୋଭିଡ୍ ସୂଚନା ‘ଚାଇନିଜ୍‌ ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌’ଦ୍ବାରା ପ୍ରକାଶ କରାଯିବ।
‘ରେଡିଓ ଫ୍ରି ଏସିଆ’ ରିପୋର୍ଟ କରିଛି ଯେ, ଲିକ୍‌ ହୋଇଥିବା ସରକାରୀ କାଗଜପତ୍ର ଯାହା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି, ସେଥିରୁ ଜଣାପଡୁଛି ମାତ୍ର ୨୦ ଦିନ ମଧ୍ୟରେ ପ୍ରାୟ ୨୫୦ ନିୟୁତ ଲୋକ ଆକ୍ରାନ୍ତ ହୋଇଛନ୍ତି। ବ୍ୟାପକ ପ୍ରତିବାଦ ହେତୁ ଚୀନ୍‌ ଜାରି କରିଥିବା କଠୋର କଟକଣା ‘ଜିରୋ-କୋଭିଡ୍ ପଲିସି’ ଉଠିଯିବାର ଅଳ୍ପ କେତେ ଦିନ ମଧ୍ୟରେ ଏଭଳି ସଂକ୍ରମଣ ବିସ୍ତାର ଘଟିଛି।

ad-week
Leave A Reply

Your email address will not be published.