ମାର୍ଚ ମାସଠାରୁ ୫୩ଜଣ ‘ଜିହାଦୀ’ଙ୍କୁ ଗିରଫ କରାଗଲାଣି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା…

add-all

ଗ‌ୌହାଟି: ଜଣେ ବାଂଲାଦେଶୀ ସମେତ ଗତ ମାର୍ଚ ମାସଠାରୁ ପ୍ରାୟ ୫୩ଜଣ ‘ଜିହାଦୀ’ଙ୍କୁ ଗିରଫ କରାଯାଇଥିବା କଥା ଶନିବାର ଦିନ ବିଧାନସଭାରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି।

ଲିଖିତ ଉତ୍ତର ଦେଇ ଉପରୋକ୍ତ ତଥ୍ୟ ପ୍ରଦାନ କରିବା ବେଳେ ସେ କହିଛନ୍ତି, ରାଜ୍ୟରେ ‘ଜିହାଦୀ’ କାର୍ଯ୍ୟକଳାପରେ ବିଦେଶୀ ନାଗରିକମାନେ ସମ୍ପୃକ୍ତ ଅଛନ୍ତି ଏବଂ ଆଉ ୫ଜଣ ବାଂଲାଦେଶୀ ‘ଜିହାଦୀ’ ଫେରାର ହୋଇଯାଇଛନ୍ତି।
‘ବିଜେପି’ ବିଧାୟକ ତେରୋସ୍‌ ଗୋୱାଲାଙ୍କ ପ୍ରଶ୍ନର ଉତ୍ତର ଦେଇ ଶର୍ମା କହିଛନ୍ତି, ମାର୍ଚ ମାସଠାରୁ ବାରପେଟା, ବୋଙ୍ଗାଇଗାଓଁ, ମୋରିଗାଓଁ, ଧୁବ୍ରି, ଗୋଲପଡ଼ା, ତମୁଲପୁର ଏବଂ ନାଲବାଡ଼ି ଜିଲ୍ଲାରେ ୯ଟି ମାମଲା ପଞ୍ଜିକରଣ କରାଯାଇଛି। ଆସାମର ଉପରୋକ୍ତ ୭ଟି ଜିଲ୍ଲା ‘ଜିହାଦୀ’ କାର୍ଯ୍ୟକଳାପର ଉତ୍ସ ବୋଲି ଅଭିଯୋଗ ହେଉଛି।
ସ‌େ ଆହୁରି ମଧ୍ୟ କହିଛନ୍ତି, ସୈଫୁଲ୍‌ ଇସ୍‌ଲାମ୍‌ ଓରଫ୍‌ ହାରୁନ୍‌ ରଶିଦ୍‌ ଓରଫ ସୁମନ ନାମରେ ଜଣେ ବାଂଲାଦେଶୀ ନାଗରିକଙ୍କୁ ବାରପେଟା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଗିରଫ କରାଯାଇଛି। ସେ ବାରପେଟାସ୍ଥିତ ଏକ ମସ୍‌ଜିଦ୍‌ରେ ଇମାମ୍‌ ଭାବେ ନିଯୁକ୍ତ ହୋଇଥିଲେ ଏବଂ ସେଠାରେ ଥିବା ଇସ୍‌ଲାମିକ୍‌ ଏକାଡେମିରେ ଜଣେ ଆରବୀ ଭାଷା ଶିକ୍ଷକ ଭାବେ କାମ କରୁଥିଲେ। ସେ ‘ଜିହାଦୀ’ ସଂକ୍ରାନ୍ତ ପୁସ୍ତିକା ବିତରଣ କରିବା ସଙ୍ଗେ ସଙ୍ଗେ ସଂଖ୍ୟାଲଘୁମାନଙ୍କୁ ‘ଜିହାଦୀ’ କାର୍ଯ୍ୟକଳାପରେ ସମ୍ପୃକ୍ତ ହେବା ଲାଗି ଭାଷଣ ମାଧ୍ୟମରେ ପ୍ରେରଣା ଦେଉଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ଅଭିଯୋଗ ହୋଇଥିବା ‘ଜିହାଦୀ’ ମାମଲାରେ ସମ୍ପୃକ୍ତ ଥାଇ ଫେରାର ହୋଇଯାଇଥିବା ଅନ୍ୟ ୫ଜଣ ବାଂଲାଦେଶୀ ବିଭିନ୍ନ ମସ୍‌ଜିଦ୍‌ରେ ଭାଷଣ ଜରିଆରେ ସଂଖ୍ୟାଲଘୁ ଯୁବକମାନଙ୍କୁ ପ୍ରଭାବିତ କରୁଥିଲେ। ଏହାଛଡ଼ା, ‘ଜିହାଦୀ’ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୋରିଗାଓଁ ଓ ଧୁବ୍ରିରେ ଦୁଇଜଣ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଥିବା କଥା ସେ କହିଛନ୍ତି।

ad-week
Leave A Reply

Your email address will not be published.