ଭାରତୀୟ ସେନାରେ ଟ୍ରେନିଂ ପାଇଁ ସାମିଲ ହେଲେ ପ୍ରଥମ ବ୍ୟାଚ୍‌ ଅଗ୍ନିବୀର…

add-all

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଚୟନ ହୋଇଥିବା ପ୍ରଥମ ବ୍ୟାଚ୍‌ର ଅଗ୍ନିବୀରମାନେ ତାଲିମ ପାଇଁ ଭାରତୀୟ ସେନାରେ ସାମିଲ ହୋଇଛନ୍ତି। ପ୍ରାୟ ୨୦୦ ଜଣ ଆଶାୟୀଙ୍କୁ ଶାରୀରିକ, ମେଡିକାଲ, ରିଟିନ ଟେଷ୍ଟ ଓ ପ୍ରମାଣପତ୍ର ଯାଞ୍ଚ ପରେ ତାଲିମ ପାଇଁ ଚୟନ କରାଯାଇଛି।

ଶ୍ରୀନଗରରେ ଥିବା ଆର୍ମି ରିକ୍ୟୁଟିଙ୍ଗ ଅଫିସରୁ ଏମାନେ ଡିସେମ୍ବର ୨୪ ତାରିଖରୁ ବିଭିନ୍ନ ରେଜିମେଣ୍ଟ ଅଧୀନରେ ଥିବା ୩୦ଟି କେନ୍ଦ୍ର ଅଭିମୁଖେ ଯାଇଛନ୍ତି। ଡିସେମ୍ବର ୩୦ ତାରିଖ ମଧ୍ୟରେ ସମସ୍ତ ଆଶାୟୀଙ୍କୁ ତାଲିମ ପାଇଁ ରିପୋର୍ଟିଂ ପାଇଁ କୁହାଯାଇଛି। ସମସ୍ତଙ୍କ ତାଲିମ କାର୍ଯ୍ୟକ୍ରମ ୨୦୨୩ ଜାନୁଆରୀ ୧ରୁ ଆରମ୍ଭ ହେବ।

କେନ୍ଦ୍ର ସରକାର ଜାରି କରିଥିବା ମିଡିଆ ରିଲିଜରେ କହିଛନ୍ତି, “କଶ୍ମୀରର ଡିଭିଜନାଲ କମିଶନରଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବା ଟିମ ପାଇଁ ଯୋଗ୍ୟ ଚାକିରି ଆଶାୟୀଙ୍କୁ ଚୟନ କରାଯାଇଛି ଓ ସେମାନଙ୍କୁ ତାଲିମ ପାଇଁ ପଠା ଯାଇପାରିଛି। ଚିନାର କ୍ରପ୍ସ ମଧ୍ୟ ଏଥିରେ ସହାୟତା କରିଛି।”

ଜୁନ ୧୪ରେ କେନ୍ଦ୍ର ସରକାର ଭାରତୀୟ ସେନାରେ କାମ କରିବାକୁ ଚାହୁଁଥିବା ଯୁବଗୋଷ୍ଠୀଙ୍କ ପାଇଁ ଅଗ୍ନିପଥ ଯୋଜନା ଲାଗୁ କରିଥିଲେ। ନିୟମ ଅନୁସାରେ, ୧୭ରୁ ସାଢ଼େ ୨୧ ବର୍ଷ ବୟସ ମଧ୍ୟରେ ଥିବା ଯୁବକମାନେ ଚାକିରି ପାଇଁ ଆବେଦନ କରିପାରିବେ।

ପ୍ରଥମେ ଯୋଗ୍ୟ ଯୁବକମାନେ ୪ ବର୍ଷ କାମ କରିବେ। ଏହାପରେ ସେମାନଙ୍କ ମଧ୍ୟରୁ ୭୫% ଯୁବକଙ୍କୁ ଚାକିରିରୁ ବାହାର କରି କେବଳ ୨୫% ଯୁବକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ। ଏହି ୪ ବର୍ଷିଆ ଚାକିରି ବ୍ୟବସ୍ଥାକୁ ସମଗ୍ର ଦେଶରେ ବିରୋଧ କରାଯାଇଥିଲା। ଶେଷରେ ସରକାର ଆବେଦନ କରିବା ପାଇଁ ବୟସସୀମାକୁ ୨୩କୁ ବୃଦ୍ଧି କରିଛନ୍ତି।

ad-week
Leave A Reply

Your email address will not be published.