ହିନ୍ଦୁମାନଙ୍କୁ ଘରେ ଛୁରୀ ରଖିବାକୁ ଖୋଲାଖୋଲି ଆହ୍ୱାନ ଦେଲେ ବିଜେପି ସାଂସଦ…

add-all

ଶିବମୋଗା: ଖୋଲାଖୋଲି ଭାବେ ହିଂସାତ୍ମକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର। ସେ ଲଭ ଜିହାଦ କରୁଥିବା ଲୋକଙ୍କୁ ଉଚିତ ଜବାବ ଦେବା ପାଇଁ ହିନ୍ଦୁମାନଙ୍କୁ ଘରେ ଛୁରୀ ପ୍ରସ୍ତୁତ କରିବାକୁ ରଖିବାକୁ କହିଛନ୍ତି। ନିଜର ମର୍ଯ୍ୟାଦା ଓ ନିଜ ଉପରେ ହେଉଥିବା ଆକ୍ରମଣର ଉଚିତ ଜବାବ ଦେବାର ଅଧିକାର ହିନ୍ଦୁମାନଙ୍କର ରହିଛି ବୋଲି ମଧ୍ୟ ସେ କହିଛନ୍ତି। ଏଥିସହ ହିନ୍ଦୁ କର୍ମକର୍ତ୍ତାଙ୍କ ହତ୍ୟା ସମ୍ପର୍କରେ ମତ ରଖିଛନ୍ତି।

ମଧ୍ୟପ୍ରଦେଶର ଭୋପାଲରୁ ଲୋକସଭାକୁ ବିଜେପି ଟିକେଟରୁ ନିର୍ବାଚିତ ହୋଇଥିବା ପ୍ରଜ୍ଞା ସିଂହ ଠାକୁର ଗୋଟିଏ କାର୍ଯ୍ୟକ୍ରମରେ କହିଛନ୍ତି, “ଲଭ ଜିହାଦ। ସେମାନଙ୍କର ପରମ୍ପରା ହେଲା ଜିହାଦ। ଯଦି ସେମାନେ କିଛି କରି ପାରନ୍ତି ନାହିଁ, ତେବେ ଲଭ ଜିହାଦ କରନ୍ତି। ଯଦି ସେମାନେ ଭଲ ପାଆନ୍ତି, ତା’ହେଲେ ସେଥିରେ ବି ଜିହାଦ କରନ୍ତି। ଆମେ(ହିନ୍ଦୁ) ମଧ୍ୟ ଭଲ ପାଉ। ଭଗବାନକୁ ଭଲ ପାଅ। ଜଣେ ସନ୍ୟାସୀ ନିଜ ଭଗବାନଙ୍କୁ ଭଲ ପାଆନ୍ତି।”
ହିନ୍ଦୁ ଜାଗରଣ ବୈଦିକର ଦକ୍ଷିଣାଞ୍ଚଳ ବାର୍ଷିକ ସମାବର୍ତ୍ତନ କାର୍ଯ୍ୟକ୍ରମରେ ସମ୍ବୋଧନ କରି ପ୍ରଜ୍ଞା ଠାକୁର ଖୋଲାଖୋଲି ଭାବେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବାକୁ କହିଛନ୍ତି। ସେ କହିଛନ୍ତି, “ସନ୍ୟାସୀ କୁହନ୍ତୁ ଏହି ବିଶ୍ୱକୁ ଭଗବାନ ସୃଷ୍ଟି କରନ୍ତି। ସମସ୍ତ ଅତ୍ୟାଚାରୀ ଓ ପାପିଷ୍ଠଙ୍କୁ ଶେଷ କର। ଯଦି ଆମେ ନ ପାରିବା, ତା’ହେଲେ ଭଲ ପାଇବାର ଉପଯୁକ୍ତ ସଂଜ୍ଞା ଏଠାରେ ତିଷ୍ଟି ପାରିବ ନାହିଁ। ତେଣୁ ଯେଉଁମାନେ ଲଭ ଜିହାଦରେ ସାମିଲ ଅଛନ୍ତି, ସେମାନଙ୍କୁ ତାଙ୍କରି ଭାଷାରେ ଜବାବ ଦିଅ। ଆପଣମାନେ ନିଜ ଝିଅମାନଙ୍କର ସୁରକ୍ଷା କରନ୍ତୁ। ସେମାନଙ୍କୁ ଉପଯୁକ୍ତ ସଂସ୍କାର ଦିଅନ୍ତୁ।”

ଶିବମୋଗାରେ ହର୍ଷ ନାମକ ଜଣେ ହିନ୍ଦୁ କର୍ମକର୍ତ୍ତାଙ୍କ ହତ୍ୟା ସମ୍ପର୍କରେ ମତ ରଖି ସେ ଲୋକମାନଙ୍କୁ ନିଜର ଆତ୍ମରକ୍ଷା ପାଇଁ ଘରେ ଧାରୁଆ ଛୁରୀ ରଖିବାକୁ ଆହ୍ୱାନ ଦେଇଛନ୍ତି। ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି, “ଅସ୍ତ୍ରଶସ୍ତ୍ର ଘରେ ରଖ। ଯଦି କିଛି ନ ମିଳୁଛି, ତା’ହେଲେ ପରିବାର କାଟିବା ପାଇଁ ବ୍ୟବହୃତ ହେଉଥିବା ଛୁରୀକୁ ଧାରୁଆ କର। କେତେବେଳେ କେଉଁ ପରିସ୍ଥିତି ଉପୁଜିବ, ସେକଥା କେହି ଜାଣି ନାହାନ୍ତି। ସମସ୍ତଙ୍କର ଆତ୍ମରକ୍ଷାର ଅଧିକାର ରହିଛି।

ଯଦି କେହି ଆମ ଘରେ ପଶି ଆମକୁ ଆକ୍ରମଣ କରିବ, ତା’ହେଲେ ତା’କୁ ଉପଯୁକ୍ତ ଜବାବ ଦେବାର ଅଧିକାର ଆମର ରହିଛି। ମିସନାରୀ ଅନୁଷ୍ଠାନରେ ପିଲାମାନଙ୍କୁ ପାଠ ପଢ଼ାଇ ବାପା ମା’ମାନେ ନିଜ ତରଫରୁ ନିଜ ପାଇଁ ବୃଦ୍ଧାଶ୍ରମର କବାଟ ଖୋଲୁଛନ୍ତି। ମିସନାରୀରେ ପାଠପଢ଼ୁଥିବା ପିଲାମାନେ କେବେ ହେଲେ ଆପଣଙ୍କର କିମ୍ବା ଆପଣଙ୍କ ସଂସ୍କୃତିର ହେବେ ନାହିଁ। ସେମାନେ ସ୍ୱାର୍ଥ ପର ହୋଇଯିବେ। ଘରେ ସମସ୍ତେ ପୂଜା କରନ୍ତୁ। ନିଜ ଧର୍ମ ଓ ଶାସ୍ତ୍ରକୁ ପଢ଼ନ୍ତୁ। ନିଜ ପିଲାମାନଙ୍କୁ ଏହା ଶିଖାନ୍ତୁ। ଏହାଦ୍ୱାରା ପିଲାମାନେ ଆମ ସଂସ୍କୃତି ଓ ପରମ୍ପରାର ମୂଲ୍ୟ ବୁଝିପାରିବେ।”

ad-week
Leave A Reply

Your email address will not be published.